ଭୁବନେଶ୍ବର: ବାରମ୍ବାର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ୍ ରେ BMC ଓ BDA । ୟୁନିଟ-୧ ହାଟ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନ ଉପରେ ଚାଲିଛି ଉଚ୍ଛେଦ । ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ଏବେ କଡ଼ା ଆକ୍ସନକୁ ଆସିଛି BMC । ରାସ୍ତା କଡ଼ରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦିଆଯାଇଥିବା ବେଳେ, ଜାଗା ନ ଛାଡ଼ିଥିବା ଦୋକାନୀଙ୍କ ଦୋକାନ ଉଚ୍ଛେଦ କରାଯାଉଛି ।
ଗତକାଲି ଦୋକାନୀଙ୍କୁ ନୋଟିସ ଦିଆଯାଇଥିଲା । ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । BMC ଓ BDAର ମିଳିତ ଟିମ୍ ଦୋକାନ ଭାଙ୍ଗୁଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କାଲି ନୋଟିସ ଦେଇ ଆଜି ହଠାତ୍ ଦୋକାନ ଭଙ୍ଗାଯାଉଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି ଦୋକାନୀ । ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ରହିଛି ପୋଲିସ ଫୋର୍ସ ।
