ନାଚୁଣୀ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୁଦ୍ଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ନାଚୁଣୀ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି | ଗତକାଲି ନାଚୁଣୀ ଥାନା ପୋଲିସ ପକ୍ଷରୁ ବିଞ୍ଝଳା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା | ଏହି ଚଢ଼ାଉ ବେଳେ ପୋଲିସ ୨୭ ଲିଟର ବେଆଇନ ବିୟର ଜବତ କରିଛି | ଏ ନେଇ ନାଚୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଛି, ଯାହାର କେସ୍ ନଂ ୩୮୬/୨୬ ରହିଛି | ସେହିପରି ଆଉ ଏକ ମାମଲା କେସ୍ ନଂ ୩୮୭/୨୦୨୬ ରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି |
ଗିରଫ ଅଭିଯୁକ୍ତ ଜଣକ ବିଞ୍ଝଳା ଗ୍ରାମର ସୁମନ ସ୍ୱାଇଁ (୨୧), ପିତା- ମୁକୁନ୍ଦ ସ୍ୱାଇଁ ବୋଲି ଜଣାପଡ଼ିଛି | ସେ ଦୀର୍ଘ ଦିନ ହେବ ଅଞ୍ଚଳରେ ବେଆଇନ ଭାବେ ବିୟର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା | ପୋଲିସ ତା ନିକଟରୁ ବେଆଇନ ମଦ ଜବତ କରି ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି | ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି.ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ନାଚୁଣୀ ଥାନା ଅଧିକାରୀ କହିଛନ୍ତି |
