ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଧୂମଧାମରେ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର କର୍ତ୍ତା ଭାବେ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପୂଜା କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷୀକେଶ ସେଠୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ସଦସ୍ୟ ଅପୂର୍ବ ଥଣ୍ଡର, ମନୋଜ ସାହା, ଭଗବାନ ସାହୁ, ଦିଲୀପ ପଟ୍ଟନାୟକ, ଶିବ ପ୍ରସାଦ ଦାସ, ରାଜେଶ ବେପାରୀ, ରାହୁଲ ଗୋଲରୀ, ଚନ୍ଦନ ପଣ୍ଡା, କିରଣ କୁମାର, ବୁଧଦେବ ମଣ୍ଡଳ, ପଙ୍କଜ ଖରା, ବିଜୟ ମଣ୍ଡଳ ପ୍ରମୁଖଙ୍କ ସହ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ଗତ ପାଞ୍ଚ ବର୍ଷ ଧରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏହି ଗଣେଶ ପୂଜା ଆୟୋଜନ କରାଯାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ପରମ୍ପରା ଅନୁଯାୟୀ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଜାରି ରହିବ ବୋଲି ସଂଘର ସଭାପତି ଅଶୋକ ମିଶ୍ର ପ୍ରକାଶ କରିଥିଲେ।
