ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଠାରେ ବିଜେ ମା ବୈଷ୍ଣୋଦେଵୀଙ୍କ ଗମ୍ବୁଜ ଦ୍ଵାର କବାଟ କଡ଼ା ଭାଙ୍ଗି ତିନୋଟି ସୁନାର ମୁକୁଟ, ତିନୋଟି ସୁନା ହାର, ତିନୋଟି ଚାନ୍ଦିର ଚାନ୍ଦୁଆ ଯାହାର ମୂଲ୍ୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚଳିତ ଏପ୍ରିଲ ମାସ ୩୦ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ବେଳେ ମେ ମାସ ୧ ତାରିଖ ଦିନ ଶରଣକୁଳ ଥାନାରେ ଅଭିଯୋଗ ହୋଇଥିଲା ।ଶରଣକୁଳ ପୋଲିସ ୮୪/୨୦୨୬ ରେ ଏକ ଚୋରି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ ।ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ତତ୍କାଳୀନ ଆଇଆଇସି ସହିତ ସାଇଣ୍ଟିଫିକ ଟିମ୍ ଡଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଚୋରି ଘଟଣାକୁ ଦୀର୍ଘ ୪ମାସ ବିତଯାଇଥିଲେ ମଧ୍ୟ ନା ତଦନ୍ତ ସରୁଛି ନା ଚୋର ଧରାପଡ଼ିଛନ୍ତି , ନା ଚୋରି ଜିନିଷ ଧାରା ପଡ଼ିଛି ।ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ଏହି ଚୋରି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ତଦନ୍ତ ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ ହେବାକୁ ନେଇ ସନ୍ଦେହ ଉପୁଜିଛି । ତଥାପି ନୟାଗଡ଼ ଜିଲ୍ଲା ପୋଲିସ ଏହି ଚୋରି ଘଟଣାର ପର୍ଦ୍ଦାଫାଶ କରି ନିଜର କାର୍ଯ୍ୟଦକ୍ଷତା ପ୍ରମାଣିତ କରୁ ବୋଲି ସାଧାରଣରେ ଦାବି ହୋଇଛି ।
