ଗଣେଶ ବିସର୍ଜନ ପାଇଁ ବେଙ୍ଗାଲୁରୁରେ ମଦକୁ ନା

ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ନିଷେଧାଦେଶ ଲାଗୁ ହେବ।ସୂଚନା ଅନୁଯାୟୀ, CL-୪ (କ୍ଲବ ଲାଇସେନ୍ସ) ଏବଂ CL-୬(A) (ଷ୍ଟାର ହୋଟେଲ ଲାଇସେନ୍ସ) ଅଧୀନରେ ଥିବା ପ୍ରତିଷ୍ଠାନକୁ ବାଦ ଦେଲେ ଅନ୍ୟ ମଦ ଦୋକାନରେ ମଦ ବିକ୍ରୟ ବନ୍ଦ ରହିବ। ତେବେ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକରେ ଖାଦ୍ୟ ପରିବେଷଣ ଜାରି ରହିପାରିବ।ୟେଲାହାଙ୍କା ନ୍ୟୁ ଟାଉନ୍ ଏବଂ ବିଦ୍ୟାରଣ୍ୟପୁରା ପୋଲିସ ଷ୍ଟେସନ୍ ସୀମା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଏହି କଟକଣା ଲାଗୁ ହେବ। ଏଥିରେ ସମ୍ଭ୍ରମ କଲେଜ ରୋଡ୍, ଏମଏସ ପାଲ୍ୟା, ଜଲ୍ଲି ମେସିନ୍ ସର୍କଲ୍, ଚିକ୍କାବେଟ୍ଟାହାଲ୍ଲି, ଡୋଡ୍ଡାବେଟ୍ଟାହାଲ୍ଲି, ଆଟୁର ମେନ୍ ରୋଡ୍, ଡେରି ସର୍କଲ୍, ୧୬ ବି ମେନ୍, ଚିକ୍କାବୋମ୍ମାସାନ୍ଦ୍ରା, ଏଲବିଏସ୍ ନଗର, ଡୋଡ୍ଡାବୋମ୍ମାସାନ୍ଦ୍ରା ଓ ରାମଚନ୍ଦ୍ରପୁର ଆଦି ଅଞ୍ଚଳ ସାମିଲ ଅଛି।ପୋଲିସ ନିର୍ଦ୍ଦେଶ ଅନୁଯାୟୀ,ସେପ୍ଟେମ୍ବର ୨୦ ତାରିଖ ସକାଳ ୬ଟାରୁ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ରହିବ। ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ad-week
Leave A Reply

Your email address will not be published.