ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋର ପ୍ରସାଦ ଠାରେ ଶନିବାର ରାତି ୮ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଦୁର୍ଘଟଣାରେ କିଶୋର ପ୍ରସାଦ ଗ୍ରାମର ସୁଶାନ୍ତ ପୃଷ୍ଟିଙ୍କର ମୃତ୍ୟୁ ଘଟିଥିବା ବେଳେ ଦି ଗ୍ରେଟ ଓଡ଼ିଶା ପଲଟିକାଲ ସର୍କସର କଳାକାର ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ହୋଇଛନ୍ତି । ଘଟଣାରୁ ଜଣାପଡିଛି ଉଭୟ ଏକ ବାଇକରୃ ନିଜ ଗ୍ରାମକୁ ଯାଉଥିବା ବେଳେ ଗ୍ରାମ ପୂର୍ବରୁ ଛିଡା ହୋଇଥିବା ଏକ ଆଇଚରରେ ଧକ୍କା ଦେଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁରୁତର ଆର୍ତ୍ତତ୍ରାଣଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଥିବା ଜଣାପଡିଛି । ଗୁରୁତର ଶ୍ରୀ ମିଶ୍ର ଓଟିଭିରେ ପ୍ରସାରିତ ଦି ଗ୍ରେଟ ଓଡ଼ିଶା ପଲଟିକାଲ ସର୍କସର କଳାକାର ଭାବେ ବେଶ୍ ଜଣାଶୁଣା । ମେଡିକାଲରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।
