ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାଡ଼ିକିଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଡ଼ିକିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବ ନିର୍ମିତ ଶ୍ରେଣୀଗୃହ ଛାତତଳ ପ୍ଲାଷ୍ଟର ଖସି ପଡିଥିବା ଅଭିଯୋଗ ହୋଇଛି।ଶ୍ରେଣୀଗୃହରେ ତାଲା ପଡ଼ିଥିବା ବେଳେ କେବଳ ବାରଣ୍ଡା ଛାତ ତଳୁ ପ୍ଲାଷ୍ଟର ଖାଉଥିବା ଦେଖିବାକୁ ମିଳିଛି।ଏହି ଶ୍ରେଣୀଗୃହ ଟି ଖୋଲିବା ପରେ ଅନ୍ୟ କୌଣସି ସ୍ଥାନରେ ପ୍ଲାଷ୍ଟର ଖସିଛି କି ନାହିଁ ଜଣା ପଡ଼ିବ ।ଯଦି ଉକ୍ତ ଶ୍ରେଣୀଗୃହରେ ବିଦ୍ୟାଳୟ କାର୍ଯ୍ୟ ଚାଲୁଥିବା ସମୟରେ ଯଦି ଏହି ପ୍ଲାଷ୍ଟର ଖସିଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ? ମାତ୍ର ଏହିପରି ଏକ ଅଭାବନୀୟ ଘଟଣା ଘଟିବା ପୂର୍ବରୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ସମର୍କରେ ଜଣାପଡ଼ିଲା ।ସୂଚନା ଅନୁଯାୟୀ ନିର୍ମାଣକାରୀ ସଂସ୍ଥା ଅଥବା ବ୍ୟକ୍ତି ବିଶେଷ ନିର୍ମାଣ ମୁତାବକ ସମସ୍ତ ଅର୍ଥ ନେଇସାରିଥିବା ଜଣାପଡିଛି ।୨୦୨୫/୨୬ ଆର୍ଥିକ ବର୍ଷରେ ୧୫ତମ କେନ୍ଦ୍ରୀୟ ଆର୍ଥିକ ଅନୁଦାନରୁ ଉକ୍ତ କୋଠାରୀ ମରାମତି ନିମନ୍ତେ ୭୨ ହଜାର ୩୭୪ ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା ।ଏହାକୁ ସଂପୃକ୍ତ ଗ୍ରାମପଞ୍ଚାୟତ ଦ୍ଵାରା ନିର୍ମାଣ କରାଯାଇଥିଲା । ତେବେ ଏହି ନିର୍ମାଣ କାର୍ଯ୍ୟ ବିଷୟରେ ବିଦ୍ୟାଳୟ କତୃପକ୍ଷ କିଛି ଜାଣିନଥିବା କହିଛନ୍ତି ।
