ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିଲେ ଏନଏସି ପ୍ରଶାସକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମଠ ଖଜୁରିଆ ଏବଂ କୁମ୍ଭିଆପଲ୍ଲୀ ଗ୍ରାମକୁ ଯାଇ ଗ୍ରାମବାସୀ ମାନଙ୍କ ଠାରୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଭତ୍ତା, ରାସ୍ତାଘାଟ, ଡ୍ରେନ୍ ନିର୍ମାଣ ସମ୍ପର୍କିତ ଅଭିଯୋଗ ଗୁଡିକୁ ଶୁଣିବା ପରେ ଇଞ୍ଜିନିୟର ଜ୍ଞାନ ରଞ୍ଜନ ନାୟକ ଏବଂ ସାର୍ଥକ ସ୍ୱାଇଁ ଏହି ଦୁଇ ଗ୍ରାମର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ।ଖୁବଶୀଘ୍ର ଆବଶ୍ୟକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହିତ ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଗୁଡିକୁ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏମ ଶୁଭମ୍, ବରଦା ପ୍ରସନ୍ନ ଦାସ, ପୁଷ୍ପାଞ୍ଜଳି ମହାନ୍ତି, ନୀଳମାଧବ ମିଶ୍ର , ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ କର୍ମଚାରୀ ମାନେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।

ad-week
Leave A Reply

Your email address will not be published.