ଆସିକା ଷ୍ଟେଟବ୍ୟାଙ୍କ ରେ ଚିହ୍ନା ମୁହଁ ହେଲେ ଉତ୍ତମ ସେବା….!

puja26

ବ୍ୟାକ୍ ଡୋର ଲୋକଙ୍କୁ ତୁରନ୍ତ ସେବା: ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ

ବ୍ରହ୍ମପୁର: ଆସିକା ମୁଖ୍ୟ ଷ୍ଟେଟ୍ ବ୍ୟାଙ୍କରେ କିଛି କର୍ମଚାରୀଙ୍କ ଯୋଗୁଁ ଗ୍ରାହକ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆସିକା ଷ୍ଟେଟ୍ ବ୍ୟାଙ୍କରେ ସବୁବେଳେ ଗ୍ରାହକମାନଙ୍କ ଗହଳି ଲାଗି ରହୁଛି। ତେବେ ବ୍ୟାଙ୍କର କିଛି କର୍ମଚାରୀ କାଉଣ୍ଟରରେ ଥିବା ଅଧିକାରୀମାନଙ୍କୁ ପଛପଟୁ ବିଭିନ୍ନ କାଗଜପତ୍ର ଦେଇ ନିଜ କାର୍ଯ୍ୟ ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି। ସାଧାରଣ ଗ୍ରାହକମାନେ ନିଜ କାମ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରୁଥିବା ବେଳେ, ବ୍ୟାଙ୍କର ଅନ୍ୟ କର୍ମଚାରୀ ତଥା କିଛି ଚିହ୍ନାପରିଚିତ ଲୋକ ଅଧିକାରୀମାନଙ୍କ କ୍ୟାବିନ ପଛପଟୁ ଆସି ନିଜ କାଗଜପତ୍ର ବଢ଼ାଇ ତୁରନ୍ତ ସେବା ହାସଲ କରି ଚାଲିଯାଉଛନ୍ତି। ଏହିଭଳି ଭାବେ ଅଧିକାରୀମାନେ ପଛଦ୍ୱାର ବା ବ୍ୟାକ୍ ଡୋର ଆସୁଥିବା ଲୋକଙ୍କୁ ଅଧିକ ଅନୁକମ୍ପା ଦେଖାଉଥିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ad-week
Leave A Reply

Your email address will not be published.