*ନନ୍ଦପୁରରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି(୬୩ଟି ଅଭିଯୋଗ ଗ୍ରହଣ, ୬ଟିର ତତ୍କାଳ ସମାଧାନ )

puja26

କୋରାପୁଟ / ନନ୍ଦପୁର (୨୬/୧୦/୨୦୨୬): କୋରାପୁଟ ଜିଲ୍ଲା ନନ୍ଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।

ଏହି ଶୁଣାଣିରେ ଜନସାଧାରଣଙ୍କଠାରୁ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୦ଟି ଗୋଷ୍ଠୀଗତ ଏବଂ ୧୩ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ସେହି ସମୟରେ ହିଁ ୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।

ଆର୍ଥିକ ସହାୟତା, ଘର ଡିହ ପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ରାସ୍ତା ନିର୍ମାଣ ଓ ଯାତାୟାତ ଏବଂ ବିଦ୍ୟୁତ୍‌ ସରବରାହ ଭଳି ବିଭିନ୍ନ ମୌଳିକ ସମସ୍ୟା ନେଇ ଲୋକେ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ଅଭିଯୋଗକାରୀମାନଙ୍କ ପ୍ରତ୍ୟେକଟି ସମସ୍ୟାକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଥା ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଉପଜିଲ୍ଲାପାଳ ସୁଶ୍ରୀ ଫାବି ରଶିଦ, କୋରାପୁଟ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପିଏ-ଆଇଟିଡିଏ (PA-ITDA) ଶ୍ରୀମତୀ ସ୍ନେହପ୍ରଭା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.