ଗଞାମ ଜିଲ୍ଳାର ବନ୍ୟା ବିପନ୍ନ ପରିବାର ଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହାୟତା

kalipuja

ବ୍ରହ୍ମପୁର ୧୧/୧୧ ଗଞ୍ଜାମ ଜିଲ୍ଲା ରେ ୧୩ ଦିନ ଧରି ଜାରି ରହିଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ‘ସ୍ମାଇଲ୍ ପ୍ଲିଜ୍’ ଓ ‘ସ୍ମାଇଲ୍ ଫୋର୍ସ’ର ରିଲିଫ୍ କାର୍ଯ୍ୟ । ବୁଧବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗ୍ରାମ ନବରତ୍ନପୁର ଗ୍ରାମରେ ସର୍ବସ୍ୱ ହରାଇଥିବା ପରିବାର ଙ୍କ ପାଇଁ ସ୍ୱତନ୍ତ୍ର ରିଲିଫ ବଣ୍ଟନ କରାଯାଇଥିଲା ।ଗଞ୍ଜାମ ଜିଲ୍ଲାରେ ତୀବ୍ର ବନ୍ୟା ପରିସ୍ଥିତିକୁ ନେଇ ଦୀର୍ଘ ଦିନ ହେଲାଣି ଅନେକ ଲୋକ ସ୍ୱାଭାବିକ ଜୀବନକୁ ଫେରି ପାରି ନାହାନ୍ତି। ଏହି ଦୁର୍ଦ୍ଦିନରେ ଆରମ୍ଭ ଦିନରୁ ହିଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ‘ସ୍ମାଇଲ୍ ପ୍ଲିଜ୍’ ଫାଉଣ୍ଡେସନ୍ ଏବଂ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟରତ ‘ସ୍ମାଇଲ୍ ଫୋର୍ସ’ ସ୍ୱେଚ୍ଛାସେବୀ ଟିମ୍ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ସ୍ଥାନୀୟ ପ୍ରଶାସନର ସହଯୋଗରେ ଆସ୍କା, ଭଞ୍ଜନଗର ଏବଂ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ସେମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ରାସନ୍, ଜରୁରୀକାଳୀନ ସାମଗ୍ରୀ, ଔଷଧ ଏବଂ ସାନିଟାରୀ ପ୍ରଡକ୍ଟ୍ସ ନିରନ୍ତର ଭାବରେ ଯୋଗାଇ ଦିଆଯାଉଛି।
ପୂର୍ବରୁ ସର୍ଭେ କରାଯାଇଥିବା ତଥ୍ୟ ଅନୁଯାୟୀ, ସର୍ବସ୍ଵ ହରାଇଥିବା ନବରତ୍ନପୂର୍ ଗ୍ରାମର ପରିବାରମାନଙ୍କୁ ସିଲେଇ ମେସିନ୍, ମୋବାଇଲ୍ ଫୋନ୍, ଗ୍ୟାସ୍ ଚୁଲା, ବାସନ କୁସନ, ଟେବୁଲ୍ ଚେୟାର ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ବିତରଣ ସହ କିଛି ପରିବାର କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏହି ବିତରଣ ସମୟରେ ସବ୍ୟସାଚୀ ମିଶ୍ର ଭିଡିଓ କଲ୍ ମାଧ୍ୟମରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଆଶୀର୍ବାଦ ଦେବା ସହ ନିଜ ଅସୁବିଧା ବିଷୟରେ ଜଣାଇଥିଲେ। ସ୍ମାଇଲ ଫୋର୍ସ ତରଫରୁ ସ୍ୱେଚ୍ଛାସେବୀ ଅଂଶୁମାନ, ଦିନେଶ, ଜୟନ୍ତ, ଆଶୁତୋଷ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିଲେ।
ଏତଦ୍‌ବ୍ୟତୀତ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବ୍ୟାହତ ନହେବ, ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ସବ୍ୟସାଚୀ କହିଥିଲେ । ସେମାନଙ୍କୁ ଆବଶ୍ୟକୀୟ ପାଠ୍ୟପୁସ୍ତକ ଓ ଶିକ୍ଷା ଉପକରଣ ଯୋଗାଇ ଦେବା ପାଇଁ ଯୋଜନା ରହିଛି, ଯାହାଫଳରେ ସେମାନେ ଆଗାମୀ ପରୀକ୍ଷା ପାଇଁ ନିର୍ଭୟରେ ପ୍ରସ୍ତୁତ ହୋଇପାରିବେ ବୋଲି ସବ୍ୟସାଚୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.