ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା।, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

kalipuja

ପୁରୀ : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଆ କା ମା ବୈ ଧ୍ୱନିରେ ଗୁଞ୍ଜରିତ ହେବ ଗଗନପଵନ। ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ। ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ବଗଲାଧର୍ମଶାଳାରୁ ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ସୁରକ୍ଷା ପାଇଁ ସେଡ୍ ଓ ରେଡ୍ କାରପେଟ୍ ବିଛାଯାଇଛି।

ସେହିପରି ବଡଦାଣ୍ଡର ଉଭୟ ପାର୍ଶ୍ୱରେ ପିଇବା ପାଣି, ମୋବାଇଲ ଟଏଲଟ୍ ବ୍ୟବସ୍ଥା, ଅସ୍ଥାୟୀ ମେଡିକାଲ, ଚପଲ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡର ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବେଳାଭୂମି, ତୀର୍ଥପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ଓ ଡଙ୍ଗା ଭସା ପାଇଁ ଲାଇଫଗାର୍ଡଙ୍କ ସହ ଅଗ୍ନିଶମ ବିଭାଗ, ଓ ଓଡ୍ରାଫ୍ ଟିମ୍ ମୁତୟନ ହେଵେ । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ମସ୍ତକରେ ସୁନା ଖଚିତ କିଆ ଲାଗି କରାଯାଇଛି । କାଲି କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତଧାରୀ ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତକୁ ଉଦଯାପିତ କରିବେ।

ad-week
Leave A Reply

Your email address will not be published.