ପାକିସ୍ତାନରେ ପେଟ୍ରୋଲ ଲିଟର ୧୫୯ ଟଙ୍କା

add-all

ଇସ୍‌ଲାମାବାଦ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ପେଟ୍ରୋଲିୟମ୍ ପଦାର୍ଥର ଦାମ୍ ପୁଣି ବଡ ପରିମାଣରେ ବଢିଛି। ପାକିସ୍ତାନରେ ସମସ୍ତ ପେଟ୍ରୋଲିୟମ୍ ପଦାର୍ଥଗୁଡିକର ଦରରେ ୧୦ ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ପାକିସ୍ତାନରେ ଏହି ପଦାର୍ଥ ଗୁଡିକର ଦାମ୍ କେବେବି ଏତେ ଅଧିକ ଟଙ୍କା ହୋଇ ନଥିଲା ବୋଲି ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।
ପାକିସ୍ତାମ ଅର୍ଥ ମନ୍ତ୍ରାଳୟର ଦ୍ଵାରା ଜାରି କରାଯାଇଥିବା ସୂଚନା ଅନୁସାରେ ପେଟ୍ରୋଲର ଦର ୧୪୭.୮୩ ଟଙ୍କାରୁ ବଢାଇ ୧୫୯.୮୬ ଟଙ୍କା କରାଯାଇଛି। ଅର୍ଥାତ୍ ପେଟ୍ରୋଲ୍ ଏକାଥରେ ୧୨ ଟଙ୍କା ୩ ପଇସା ବଢିଛି। ପେଟ୍ରୋଲ୍ ଉପରେ କର ଲିଟର ପିଛା ୧୩.୯୨ ଚଙ୍କାରୁ ବଢାଇ ୧୭.୯୨ ଟଙ୍କା କରିଦିଆ ହୋଇଛି। ସରକାର ପେଟ୍ରୋଲ୍ ଉପରେ ବି ଲିଟର ପିଛା ୧୨ ଟଙ୍କା ସୀମା ଶୁଳ୍କ ନେଉଛନ୍ତି।
କିରୋସିନିର ଦର ୧୧୬ ଟଙ୍କା ୪୮ ପଇସାରୁ ବଢାଇ ୧୨୬ ଟଙ୍କା ୫୬ ପଇସା କରିଦିଆ ଯାଇଛି। ଏହାର ଅର୍ଥ ହେଉଛି ଏକାଥରେ କିରୋସିନି ମୂଲ୍ୟ ୧୦ ଟଙ୍କା ୮ ପଇସା ବଢିଛି। ଡିଜେଲ୍ ଦର ଲିଟର ପିଛା ୯ ଟଙ୍କା ୪୩ ପଇସା ବଢାଯାଇ ୧୧୪ ଟଙ୍କା ୫୪ ପଇସାରୁ ୧୨୩ ଟଙ୍କା ୯୭ ପଇସା କରିଦିଆ ଯାଇଛି। ଏପରି ଦର ବୃଦ୍ଧି ଯୋଗୁଁ ବିରୋଧୀ ଦଳ ଇମ୍ରାନ୍ ଖାନ୍ ସରକାରଙ୍କୁ ଘେରିଛନ୍ତି।

ad-week
Leave A Reply

Your email address will not be published.