ଘରୋଇ ବସ୍ ମାଲିକଙ୍କ ଦାଦାଗିରି, ବିଜୁସ୍ୱାସ୍ଥ ସେବା ଗାଡିକୁ ଜୋର୍ ଜବରଦସ୍ତ ଅଟକାଇଲେ, ଏକ ଘଣ୍ଟା ଧରି ରୋଗୀ ହନ୍ତସନ୍ତ, ସାଧାରଣ ରେ କାର୍ଯ୍ୟାନୁଷ୍ଠାନ ଦାବି

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ସୀମାନ୍ତ ମୋଟୁରୁ ଏକ ସରକାରୀ ବସ୍ ଧାର୍ଯ୍ୟ ସମୟ ମୁତାବକ ଦୀର୍ଘଦିନ ଧରି ଚଳେଇ ଆସୁଛନ୍ତି । ଏହି ବସ୍ ଉପରେ ସୀମାନ୍ତ ମୋଟୁ ରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ପର୍ଯ୍ୟନ୍ତ ସମସ୍ତ ରୋଗୀଙ୍କୁ ମାଗଣା ନେବା ଆଣିବା କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହି ବସ୍ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସୀମାନ୍ତ ମୋଟୁରୁ ରୋଗୀ ଓ ଯାତ୍ରୀ ଙ୍କୁ ନେଇ 6.30 ସମୟ ରେ ଗାଡି ଟି ବାହାରି ପଡିଥିଲା । ଗାଡିଟି ମୋଟୁ ମୁଗୀ ପଏଣ୍ଟରୁ ବାହାରିବାର କିଛି କ୍ଷଣ ପରେ ଏକ ଘରୋଇ ବସ ମାଲିକଙ୍କର ଏକ କଣ୍ଡକ୍ଟର୍ ଏହି ଗାଡି ସାମନା ରେ ନିଜର ଗାଡି ଆଣି ଠିଆ କରି ପ୍ରାୟ 1 ଘଣ୍ଟା ରୁ ଅଧିକ ସମୟ ଅଟକାଇ ଥିବା ଅଭିଯୋଗ ଆଣିଛନ୍ତି ବିଜୁ ହେଲଥ ଏକ୍ସପ୍ରେସର ଗାଡି ଡ୍ରାଇଭର ଓ କଣ୍ଡକ୍ଟର ।

ସୂଚନା ରୁ ପ୍ରକାଶ ଯେ ମୋଟୁ ଅଞ୍ଚଳର ପାତ୍ର ନାମକ ଏକ ଘରୋଇବସ୍ ମାଲିକ ଙ୍କ ପୁଅ ଏହି ବସ୍ଟି ଠିକ୍ ସମୟରେ ମୋଟୁରୁ ବାହାରି ନାହିଁ ବୋଲି କହି ବସ୍ଟିକୁ ପ୍ରାୟ ଏକ ଘଣ୍ଟାକାଳ ଅଟକାଇ ରଖିଥିଲେ। ଯାହା ଫଳ ରେ ବସରେ ଥିବା ରୋଗୀ ମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖିନ ହୋଇଥିବା କହିଛନ୍ତି। ପୂର୍ବରୁ ମଧ୍ୟ ଏହି ପାତ୍ର ନାମକ ଘରୋଇ ବସ ମାଲିକଙ୍କ ନାମ ରେ ଅଧିକ ବସ୍ ଭଡ଼ା ନେବା ଯାତ୍ରୀଙ୍କ ସହ ଖରାପ ବ୍ୟବହାର ପଦର୍ଶନ କରିବା ର ମଧ୍ୟ ନଜିର ରହିଛି। ଏଥି ପ୍ରତି ବିଭାଗ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଉଛି।

ad-week
Leave A Reply

Your email address will not be published.