ହୋମିଓପାଥିର ବିକାଶ ପାଇଁ ବୈଜ୍ଞାନିକ ଅନୁସନ୍ଧାନ, ବ୍ୟବସ୍ଥିତ ଡକ୍ୟୁମେଣ୍ଟେସନ ଅତ୍ୟନ୍ତ ଜରୁରୀ: ମହାମହିମ

kalipuja

ଭୁବନେଶ୍ୱର: ଭୁବନେଶ୍ୱରରେ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ ଆରମ୍ଭ ହୋଇଛି । ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଏହି ସମ୍ମିଳନୀ ୩ ଦିନ ଧରି ଚାଲିବାକୁ ଥିବାବେଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ପ୍ରତିନିଧି ସାମିଲ ହୋଇଛନ୍ତି ।

ସଭାକାର୍ଯ୍ୟ ଆରମ୍ଭରେ ଡକ୍ଟର ଏ.ସି.ଏଚ୍.ଏମ୍.ସି.ଏଚ୍, ଭୁବନେଶ୍ୱରର ଅଧ୍ୟକ୍ଷା ଡକ୍ଟର ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଦ୍ୱାରା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ର ସ୍ମରଣିକା “AUDE SAPERE” ଉନ୍ମୋଚନ କରାଯାଇଥିଲା ଏବଂ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ରାଜ୍ୟପାଳ।ସମ୍ମିଳନୀରେ ଜାତୀୟ ହୋମିଓପାଥି ଆୟୋଗ ର ଅଧ୍ୟକ୍ଷ ଡାକ୍ତର ତାରକେଶ୍ୱର ଜୈନ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସମ୍ବଳ ବ୍ୟକ୍ତି ଡାକ୍ତର ଫାରୁକ୍ ଜେ. ମାଷ୍ଟର ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ।

ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ହୋମିଓପାଥିକ ଶିକ୍ଷା ଓ ଗବେଷଣାରେ ବୈଜ୍ଞାନିକ ଦୃଷ୍ଟିକୋଣ, ସ୍ୱଚ୍ଛତା ଏବଂ ମାନବିକ ସେବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଡକ୍ଟର ଅବିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଶା ଓ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି।

ହୋମିଓପାଥିର ବିକାଶ ପାଇଁ ବୈଜ୍ଞାନିକ ଅନୁସନ୍ଧାନ, ବ୍ୟବସ୍ଥିତ ଡକ୍ୟୁମେଣ୍ଟେସନ, ପାରଦର୍ଶୀ ରିପୋର୍ଟିଂ ଏବଂ ନିର୍ଭରଯୋଗ୍ୟ କ୍ଲିନିକାଲ ଡାଟାବେସ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଛନ୍ତି। ଗବେଷଣାରେ ପ୍ରତିକୂଳ ଫଳାଫଳ ଓ ସୀମିତତାକୁ ସ୍ୱୀକାର କରିବାରେ ବୌଦ୍ଧିକ ସଚ୍ଚୋଟତା ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି।

ad-week
Leave A Reply

Your email address will not be published.