ଜମିବାଡ଼ି ବିବାଦକୁ ନେଇ ବୋମାମାଡ, ୫ ଗୁରୁତର

kalipuja

ପୁରୀ : ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ।  ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ।  ବୋମାମାଡରେ ୫ ଗୁରୁତର ଆହତ। ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ଓ ମହିଳା ।  ଦୁଇଟି ବୋମାମାଡ ହୋଇଥିବା ଜଣାପଡିଛି ।  ସଦର ଥାନା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଗୁରୁତର ଆହତ ହୋଇଥିବାବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ବାଇଁ, ଚନ୍ଦନ କୁଣ୍ଡଳ ।

ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ତେବେ ଜମିବାଡ଼ି ବିବାଦକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି ।  ତେବେ ଏ ନେଇ ପୁଲିସ ର ପ୍ରତିକ୍ରିୟା ମିଳିପାରନାହିଁ । ଅଭିଯୋଗ ଅନୁଯାୟୀ କୋଠ ଜମି ରେ ଜଣେ ବ୍ୟକ୍ତି ଘର କରୁଥିବା କୁ ନେଇ ବିବାଦ ଉପୁଜିଥିଲା । ପରେ ବଚସା ଓ ବଚସା ରୁ ବୋମା ମାଡ ପର୍ଯ୍ୟନ୍ତ କଥା ଯାଇଥିଲା ।

ad-week
Leave A Reply

Your email address will not be published.