ଗଞ୍ଜାମ ଜିଲ୍ଲାରେ ଖଣି ବିଭାଗ ସହ ବାଲି ମାଫିଆ ମାନେ ସମଝୋତା କରିବାକୁ ବାଧ୍ୟ୍ୟ ….!
ରାଜ୍ୟ ରାଜସ୍ବ ପଛ ଆମ ରାଜସ୍ୱ ଆଗ…!


ବାଲି ଚାଲାଣ କାରୀଙ୍କୁ ଖଣି ବିଭାଗ ବାବୁ ମାନଙ୍କ ଖୋଲା ଚେତାବନୀ ଆମ ଲେଖା ଛିଡାଅ ନହେଲେ ଜରିମାନା ଦିଅ……!
ବ୍ରହ୍ମପୁର:ରାଜ୍ୟ ସରକାର ଖଣି ବିଭାଗକୁ ଲଘୁ ଖଣିଜ ଦ୍ରବ୍ୟର ସମ୍ପୂର୍ଣ୍ଣ କ୍ଷମତା ଦେଇଥିବା ଯୋଗୁଁ ଅଧିକାଂଶ ଖଣି ବିଭାଗ ବାବୁ ମାନଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ନଦୀରୁ ବାଲି ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଖଣି ବିଭାଗର କିଛି ବାବୁ ମାନେ ସିଧା ବଟି ଦାବୀ କରୁଥିବା ଚର୍ଚ୍ଚା ଜୋର ଧରିଛି। ଯେଉଁ ମାନେ ବଟି ଦେବାରେ କାଳ ବିଳମ୍ବ କରୁଛନ୍ତି। ସେମାନଙ୍କ ଗାଡି ଜବତ କରି ପୋଲିସ ଜିମାରେ ଦେଇ ମାତ୍ରାଧିକ ଜରିମାନା ଦାବୀ କରୁଥିବା ଆଲୋଚନା ହେଉଛି। ଯେଉଁ ବ୍ୟକ୍ତି ବାବୁ ମାନଙ୍କ ସହ ସାଲାସୁତରା କରୁଛନ୍ତି ସେମାନଙ୍କ ଗାଡି ଖୁଲାମ ଖୁଲା ଚାଲୁଛି। ଯେଉଁ ମାନେ ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରିବାରେ ବିଫଳ ହେଉଛନ୍ତି। ସେମାନଙ୍କ ଗାଡିକୁ ମାତ୍ରାଧିକ ଜରିମାନା କରୁଥିବା ଅଭିଯୋଗ ହେଉଛି। ଖଣି ବିଭାଗ ବାବୁ ମାନଙ୍କ ପ୍ରତି ବାଲି ଚାଲାଣ କାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୋଲିସ ଓ ରାଜସ୍ୱ ବିଭାଗ ସିଂଘ ଧରୁଛି ଖଣି ବିଭାଗ କ୍ଷୀର ପିଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ବାବୁ ମାନଙ୍କ ପକେଟ ରାଜସ୍ବ ଦିନକୁ ଦିନ ଏହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି l ଗଞ୍ଜାମ ଜିଲ୍ଲାର ଭିଜିଲାନ୍ସ ବିଭାଗ କୋମାରେ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଥିବା ବେଳେ ରାଜ୍ୟସରକାର ସବୁ ଜାଣି ନୀରବ ଯେମିତି ଖଣି ବିଭାଗ ସରକାରଙ୍କ ଗେଲ୍ହା ପୁଅ l ମାଫିଆ ମାନେ ବଟି ନଦେଲେ ରାସ୍ତାରେ ଗାଡି ଚାଲିବା କଷ୍ଟ କର ମାସକୁ ମୋଟା ଅଙ୍କର ବଟି ଦେଇ ଖୁଲାମ ଖୁଲା ଖଣିଜ ପଦାର୍ଥ ଲୁଟ କରିବାକୁ ବାବୁ ମାନେ ପ୍ରଶ୍ରୟ ଦେଉଛନ୍ତି l ବଟି ଦେବା ପାଇଁ ଏବଂ ମାସିକିଆ ବଟି ଫି୍କ୍ସ କରିବାକୁ ଖଣି ବିଭାଗ ଅଫିସ ରେ ଲମ୍ବା ଲାଇନ l ଫି୍କ୍ସ ହେଲା ପରେ ସବୁ ଠିକ l ନଚେତ ବ୍ରହ୍ମl ବିଳି ବିଳାଇଲେ ବେଦ ପରି ବାବୁ ମାନଙ୍କ ପାଟିରୁ ଯାହା ବାହାରିବ ସେତିକି ଜୋରିମାନା ବାନ୍ଧିବାକୁ ପଡିବ ତେଣୁ ସେଥିରୁ ବଂଚିବା ପାଇଁ ବାବୁ ମାନଙ୍କୁ ଖୁସ କରିବା ଶ୍ରେୟ ମନେ କରନ୍ତି ଏଠାରେ ପୋଲିସ ଜଳକା ବା ଖଣିବିଭାଗ ର ଜଗୁଆଳି କହିଲେ ଵି କିଛି ଭୁଲ ହେବ ନାହିଁ…!
