ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

kalipuja

ପିପିଲି  : ପୁରୀ କଣାସ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ । ଭୁଲ୍ ଇଞ୍ଜେକ୍ସନରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର। ଆଜି ସକାଳେ କଣାସ ଥାନା କେଶରପୁର ଗାଁର କୀର୍ତ୍ତିମାନ ପଟ୍ଟନାୟକ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମେଡିକାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ । ଇଞ୍ଜେକ୍ସନ ବି ଦେଇଥିଲେ । ଇଞ୍ଜେକ୍ସନ ଦେବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ି ଥିଲା।

ପରିବାର ଲୋକ କହିବା ପରେ ତାକୁ ଡାକ୍ତର ଅଧିକ ଚିକିତ୍ସାପାଇଁ ବାହାରକୁ ରେଫର କରିଥିଲେ। ଆମ୍ବୁଲାନ୍ସ ବି ଆସିବାରେ ବିଳମ୍ବ ହୋଇଥିଲା। ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ରାତି ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସା କରି ପଳାଇଥିଲେ । ପରେ ଆସିଥିବା ଡାକ୍ତର ତାଙ୍କୁ ଚିକିତ୍ସା କରିବା ବିଳମ୍ବ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

ad-week
Leave A Reply

Your email address will not be published.