ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ନେଇ ବିଧାନସଭାରେ ବିଜେଡି ବିଧାୟକଙ୍କ ଦାବି

kalipuja

ଭୁବନେଶ୍ୱର  : ଭୁବନେଶ୍ୱରକୁ ମିଳୁ ଜିଲ୍ଲାର ମାନ୍ୟତା। ବିଧାନସଭାର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଦେଶର ୨୫ଟି ରାଜ୍ୟର ରାଜଧାନୀ ଜିଲ୍ଲା ମାନ୍ୟତା ପାଇଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏଥିରୁ ବାଦ୍ ପଡ଼ିଛି ବୋଲି ସେ ଯୁକ୍ତି ରଖିଛନ୍ତି। ଏହାର ଗୁରୁତ୍ୱ ବୁଝି ସରକାର ତୁରନ୍ତ ବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବିଧାୟକ।

ସେହିପରି ବିଧାୟକଙ୍କ କହିବା ଅନୁଯାୟୀ, ଗତ ୧୯ ତାରିଖରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସରକାର କୌଣସି ନୂଆ ଜିଲ୍ଲା ଗଠନ ପାଇଁ ଚିନ୍ତା କରିନାହାନ୍ତି। ଭୁବନେଶ୍ୱରର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗରେ ସରକାର ତୁରନ୍ତ ବିଚାର କରନ୍ତୁ ।

ad-week
Leave A Reply

Your email address will not be published.