
ବାରଙ୍ଗ : ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ମାରିଲା ରାକ୍ଷସ ସ୍ୱାମୀ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦକ୍ଷିଣ ଉଷୁମା ଭାଲିଆପଦାରେ ଅଭାବନୀୟ କାଣ୍ଡ । ସାମାନ୍ୟ କିଛି ଟଙ୍କା ପାଇଁ ସ୍ତ୍ରୀର ମୁଣ୍ଡକୁ ପ୍ଲାସରେ ପିଟିପିଟି ହତ୍ୟା କରିଛି ପିଶାଚ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ବନମାଳି ପାତ୍ର ଓରଫ କାଣ୍ଡୁଆ ନିଜ ସ୍ତ୍ରୀକୁ ମୁଣ୍ଡକୁ ପ୍ଲାସରେ ପିଟିପିଟି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଅଭିଯୁକ୍ତ ଜଣେ ମଦ ବେପାରୀ । ଅନେକ ସମୟରେ ଘରେ କଳି ଝଗଡ଼ା କରିଥାନ୍ତି । ଗତକାଲି ପତ୍ନୀ ଭାନୁପ୍ରିୟା ପାତ୍ରଙ୍କୁ ଟଙ୍କା ମାଗିଥିଲେ। ଭାନୁପ୍ରିୟା ଟଙ୍କା ଦେବାକୁ ମନା କରିବାରୁ ପ୍ରଥମେ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ। ପରେ ଲୁହା ପ୍ଲାସରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଭାନୁପ୍ରିୟାଙ୍କ ମୃତ୍ୟୁ ଘଟିଥିଲା ।
ଖବରପାଇ କଟକ ସଦର ଥାନା ପୋଲିସ ପହିଛି ବିଳମ୍ୱିତ ରାତିରେ ବନମାଳି ପାତ୍ରକୁ ଗିରଫ କରିଛି । ତେବେ ସବୁଠୁ ବଡ଼ କଥା ହେଲା ପୂର୍ବରୁ ଏକ ହତ୍ୟାକାଣ୍ଡ ମାଲାରେ ଗିରଫ ହୋଇ କିଛି ବର୍ଷ ତଳେ ଜାମିନରେ ଆସିଥିଲା କାଣ୍ଡୁଆ ଓରଫ ବନମାଳି ।
