ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…

add-all

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗ୍ରାମ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି 2 ଜଣ ପୁଅ ଝିଅଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି l ପୁଅ ଝିଅ ଦୁଇଜଣ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଚ୍ଛରେ ଝୁଲୁ ଥିବା ବେଳେ ମୃତ ଦେହ ଠାରୁ କିଛି ଦୂରରେ od 30 ଡି 6443 ନାମକ ଗୋଟିଏ ଅପଚୀ ବାଇକ ରହିଥିବା ସହ ଝିଅର ଜୋତା ମଧ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଛି l ପୁଅ ଝିଅଙ୍କ ବୟସ 20 ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଚି l ତେବେ ଉଭୟ ପୁଅ ଝିଅର ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ ହତ୍ୟା କରାଯାଇଛି ତାହା ସଠିକ ଭାବେ ଜଣା ପଡିନାହିଁ l ପୁଅ ଝିଅ ଉଭୟ ଜିନ୍ସ୍ ପେଣ୍ଟ୍ ସାର୍ଟ ପିନ୍ଧିଥିବା ମଧ ଦେଖିବାକୁ ମିଳିଛି ମୃତ ଦେହ ଦେଖିବାକୁ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ଼ ହୋଇଛି l ସୂଚନା ଅନୁଯାଇ ଗୁମ୍ଫାକୋଣ୍ଡା କାନାଗୁଡା ରାସ୍ତାର କାନାଗୁଡା ଗାଁ କେନାଲ ନିକଟରେ ଜଙ୍ଗଲରେ ଏହି 2 ଜନଙ୍କ ମୃତ ଦେହ ଝୁଲୁଥିବା କିଛି ଲୋକ ଦେଖି ଥିଲେ l ପରେ କାଲିମେଳା ପୋଲିସକୁ ଖବର ଦିଆଯିବା ପରେ କାଲିମେଳା ଥାନାର ମହିଳା ଏସ୍ ଆଇ a k ପ୍ରଧାନ ଏବଂ ଅନ୍ୟନ୍ୟ ପୋଲିସ କର୍ମଚାରୀ ଓ ଗମ୍ଫାକୋଣ୍ଡା ସ୍ଥିତ ବିଏସଏଫ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l ପରେ ମାଲାକାନଗିରି SDPO ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ଘଟଣା ସ୍ଥାଳରେ ପହଁଚି ଅନୁଧ୍ଯାନ କରିଥିବା ଜଣା ପଡିଛି l ଏଥି ସହ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ l

ad-week
Leave A Reply

Your email address will not be published.