ରାୟଗଡ଼ା : ଆଦିତ୍ୟ ବିର୍ଲା ଗ୍ରୁପ୍ ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସିନାଲ ଲିମିଟେଡ (ୟୁ ଏ ଆଇ ଏଲ୍) ନିଜର କାରଖାନା ଚତୁର୍ପାର୍ଶ୍ୱରେ ବାସ କରୁଥିବା ଜନସାଧାରଣଙ୍କ ଅର୍ଥପୂର୍ଣ୍ଣ କଲ୍ୟାଣ ପ୍ରୟାସ ଗୁଡ଼ିକ କ୍ଷେତ୍ରରେ ନିବିଡ଼ ଭାବରେ ନୀୟଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ପ୍ରୋଜେକ୍ଟ କୌଶଲ୍ୟା ଗ୍ରାମାଞ୍ଚଳର ବେକାରୀ ମହିଳାଙ୍କ ନିକଟରେ ପହଞ୍ଚିବା ସହିତ ଆୟକାରୀ ପନ୍ଥଗୁଡ଼ିକ ଜରିଆରେ ସେମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସହାୟତା କରୁଛି । ୨୦୧୫ ସେପ୍ଟେମ୍ବର ଆରମ୍ଭ ହେବା ଦିନ ଠାରୁ ଏହା ବାଫଳୀମାଲି ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ଦରଜୀ ଓ ଚାନ୍ଦୁଆ କାମରେ ୧୭୫ ରୁ ଅଧିକ ମହିଳାଙ୍କୁ ତାଲିମ ପ୍ରଦାନ କରି ସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିଛି । ଖଣି ଅଞ୍ଚଳରେ ପାରିପାର୍ଶ୍ବିକ ଗ୍ରାମରୁ ପ୍ରାୟ ୨୫ ଜଣ ମହିଳାଙ୍କୁ ସିଲେଇ ସହିତ ଚାନ୍ଦୁଆ ତାଲିମ ପ୍ରଦାନ କରାଯାଇଛି । ଏ ନେଇ ୟୁଏଆଇଏଲ୍ ର ୟୁନିଟ ମୁଖ୍ୟ ମାଜହର ବେଗ କହିଛନ୍ତି । ରାୟଗଡ଼ା ଜିଲ୍ଲାରେ ଅଣ୍ଡିରାକାଞ୍ଚ , ମାଇକଞ୍ଚ, ନୂଆଁ ଗାଁ , କଞ୍ଚଗୁମା , ଯୋଗିପରିତୁଣ୍ଡା ଏବଂ ରତିଚୁଆଁ ଭଳି ଉତ୍କଳ ଆଲୁମିନା ଚତୁର୍ପର୍ଶ୍ଵରେ ଥିବ ଗ୍ରାମ ଗୁଡ଼ିକ୍ ମହିଳାଙ୍କୁ ସାଂପ୍ରତିକ ବଜାର ଚାହିଦା ପୁରଣ ପାଇଁ ସିଲେଇ ଓ ଚାନ୍ଦୁଆ ତିଆରି କ୍ଷେତ୍ରରେ ସଦ୍ୟତମ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।ତାଲିମ ସେଶହେବା ପରେ ଶିକ୍ଷାନବିଷ ମାନଙ୍କୁ ଆରଆଇସି (ଆଞ୍ଚଳିକ ଶିଳ୍ପ କେନ୍ଦ୍ର) ଏସବିଆରଆଇସିଇଟିଆଇ (ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତ ତାଲିମ ପ୍ରତିଷ୍ଠାନ ) ଏବଂ ଟିକିରି ଆଗ୍ରୋ କ୍ରାଫ୍ଟ ପ୍ରଦ୍ୟୁସର୍ କମ୍ପାନୀ ଲିମିଟେଡର ଋଣ ସହାୟତାରେ ସିଲେଇ କାର୍ଯ୍ୟକୁ ସେମାନଙ୍କର ବ୍ୟକ୍ତିଗତ ଉଦ୍ୟୋଗ ଭାବରେ ହାତକୁ ନେବାକୁ ଉତ୍ସାହିତ କରାଯାଇଛି । ଉତ୍କଳ ଆଲୁମିନା ର କାର୍ଯ୍ୟକାରୀ ମୂଳଧନ ସହାୟତାକୁ ନେଇ ଅଧିକରୁ ଅଧିକ ସଂଖ୍ୟକ ମହିଳା ମାସକୁ ୩୦୦୦ ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଛନ୍ତି । ଶ୍ରୀ ବେଗ ଆଉ ମଧ୍ୟ କହିଛନ୍ତି ଯେ କୋଭିଡ ଶେଷ ଲହର ସମୟ ମଧ୍ୟରେ ଯୋଗିପାରିତୁଣ୍ଡା ହାତିଖମନ୍ ଏବଂ ଦଣ୍ଡାମୁଣ୍ଡ ଆଦି ଗ୍ରାମର ୧୮ ଜଣ ବାଳିକା ୬୪,୭୧୫ ମାସ୍କ ସିଲେଇ କରିବା ସହିତ ସମ୍ମିଳିତ ଭାବରେ ୨,୫୮,୮୬୦ ଟଙ୍କା ଆୟ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶଖକୁ ସେମାନଙ୍କର ନିଜସ୍ଵ ଉଦ୍ୟୋଗ ସ୍ଥାପନ ସକାଶେ ଆମେ ସିଲାଇ ମେସିନ ଯୋଗାଇ ଦେଇଥିଲୁ । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍ ୫ ଟି ଜିଲ୍ଲାର ୧୨୮ଟି ଗ୍ରାମରେ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ସହିତ ୫ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁ ଛି ଅଦିତ୍ୟ ଗୃଫର ସି ଏସ ଆର କାର୍ଯ୍ୟକ୍ରମ ଗୁଡ଼ିକ ଆଦିତ୍ୟ ବିର୍ଲା ହେରଫେର କମ୍ୟୁନିଟି ଈନିସିଏଟିଭ ଏଣ୍ଡ ରୁରାଲ ଡେଭଲପମେଣ୍ଟ ଚେୟାରପରସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ପରିଚାଳିତ ହେଉଛି , ଯିଏ କମ୍ପାନୀ ନିଜର କାର୍ଯ୍ୟ କଳାପ ଜାରି ରଖିଥିବା ଅଂଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବାରେ ଦୂରଦୃଷ୍ଟି ରଖୁଛନ୍ତି।
