ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା

add-all

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ୭୩ ବର୍ଷୀୟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଏହି ମାମଲାରେ ଦଣ୍ଡବିଧାନ କରାଯାଇଛି।
ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରିଥିଲା। ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ। ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଆଉ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛନ୍ତି। ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ଜାମିନ ମିଳିଥିଲା।
ଫେବୃଆରୀ ୧୫ରେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ପାଟନାରୁ ରାଞ୍ଚ ଜେଲ ହସ୍ପିଟାଲକୁ ନିଆ ଯାଇଥିଲା। ସେ ଏବେ ସେହିଠାରେ ହିଁ ରହିଛନ୍ତି। ପୂର୍ବରୁ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଟି ଗୋଖାଦ୍ୟ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସସ ତାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।
ଏବେ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି।
୭ ଜଣ ସରକାରୀ ସାକ୍ଷୀ ହୋଇଯାଇ ଥିବା ବେଳେ ୬ ଜଣ ଏଯାଏ ଫେରାର ଅଛନ୍ତି। ସେହିପରି ୨ ଜଣ ସେମାନଙ୍କ ଦୋଷ ସ୍ୱୀକାର କରି ସାରିଛନ୍ତି। ଲାଲୁଙ୍କୁ ମିଶାଇ ବାକି ୯୯ ଜଣଙ୍କୁ କୋର୍ଟ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୧ରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜଶିଟ ଦାଖଲ କରାଯାଇଥିଲା ଓ ୨୦୦୫ରେ ଚାର୍ଜଫ୍ରେମ କରାଯାଇଥିଲା।

ad-week
Leave A Reply

Your email address will not be published.