ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟ ଗଲେ ପୀଡ଼ିତଙ୍କ ପରିବାର

add-all

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ ଆଶିଷ ଗିରଫ ହୋଇଥିଲେ। କିନ୍ତୁ ନିକଟରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିଲେ। ତେବେ ହତ୍ୟାର ଶିକାର ହୋଇଥିବା ଚାଷୀଙ୍କ ପରିବାର ସଦସ୍ୟ ଏପରି ଜାମିନ ମଞ୍ଜୁରକୁ ବିରୋଧ କରି ସୁପ୍ରିମକୋର୍ଟରେ ପଞ୍ଚିଛନ୍ତି।
ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କୁ ଗିରଫ କରାଯାଇଥିଲା। ପୁଲିସ୍‌ ଚାର୍ଜଶିଟ୍‌ରେ ଆଶିଷଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଦଫା ଲଗାଇ ଥିଲା। ହେଲେ ପୁଲିସ୍‌ ନିଜର ଦାବି ମୁତାବକ ପ୍ରମାଣ ଉପସ୍ଥାପନ କରି ପାରି ନଥିବାରୁ କୋର୍ଟ ଆଶିଷ ମିଶ୍ରାଙ୍କୁ ଜାମିନରେ ପ୍ରଦାନ କରିଥିଲେ। ଏହାପରେ ସେ ଜେଲରୁ ମଧ୍ୟ ବାହାରିଛନ୍ତି। ହେଲେ ପୀଡ଼ିତଙ୍କ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ। ଏହାକୁ ନେଇ ରାଜନୀତିକ ମଧ୍ୟ ଜୋର ଧରିଥିଲା। ଆଶିଷଙ୍କ ସମ୍ପର୍କ ଘଟଣାରେ ଥିବାରୁ ବିରୋଧୀ ତାଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବି କରିଥିଲେ।

ad-week
Leave A Reply

Your email address will not be published.