ବ୍ରାହ୍ମଣୀଗାଁରେ ଚୈତ୍ର ନୂଆଁଖାଇ ପର୍ବ ପାଳନ…

add-all

ଦାରିଙ୍ଗବାଡି :, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଓଡ଼ିଆ ସାହିରେ ଗତକାଲି କଣ୍ଟାପୀଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଏହା ଦୁଇ ବର୍ଷ କାଳ ବନ୍ଦ ରହିଥିଲା । ଗ୍ରାମ ଦେବତୀଙ୍କ ମନ୍ଦିରରୁ ମୁଖ୍ୟ ପୁରୋହିତ ନରେଶ ପାତ୍ର ପୂଜାର୍ଚ୍ଚନା କରି ଚୈତ୍ର ନୂଆଁଖାଇ ପର୍ବର ଶୁଭାରମ୍ଭ କରିଥିଲେ। ପର୍ବର ରୀତିକାନ୍ତି ଅନୁଯାୟୀ ଗ୍ରାମଦେବତୀଙ୍କ ନିକଟରେ ଭୋଗ ଚଢ଼ାଇବା ପରେ ମୁଖ୍ୟ ପୂଜାରୀ ଓ ମାନସିକ ଧାରୀମାନେ ନିଆଁରଡ଼ରେ ଚାଲିବା, କଣ୍ଟା ପୀଡ଼ା ଓ ଶୁଳିରେ ବସିବା ଭଳି ଦୁଃସାଧ୍ୟ କାର୍ଯ୍ୟ ସାଧନ କରିଥିଲେ। ଏହି ଦିନରେ ଗ୍ରାମ ଦେବୀଙ୍କୁ ସ୍ମରଣ କରି ନୂତନ ଫସଲ କାନ୍ଦୁଲ ଖାଇବା ପରମ୍ପରା ରହିଆସିଛି। ଏଣୁ ଏହି ପର୍ବକୁ ନୂଆଁଖାଇ ପର୍ବ ଭାବେ ପାଳନ କରାଯାଏ। ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଲୋକେ ତଥା ବନ୍ଧୁ ବାନ୍ଧବ ସାମିଲ ହୋଇ ଗୋଟିଏ ଜାଗାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରି ମିଳିମିଶି ଖାଇଥାନ୍ତି। ଗ୍ରାମର ସଭାପତି ରବିଚନ୍ଦ୍ର ପାତ୍ର ଓ ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ପର୍ବରେ ଗ୍ରାମର ସମସ୍ତ ଯୁବ ବର୍ଗ ଓ ଗ୍ରାମବାସୀ ସହଯୋଗ କରିଥିବା ବେଳେ, ମୁଖ୍ୟ ପୁରୋହିତଙ୍କୁ ପୂଜାର୍ଚ୍ଚନାରେ ଧ୍ରୁବ ବିନ୍ଧାଣି, ପଞ୍ଚୁ ବେହେରା ଦଳେଇ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.