ଚିକିଟି ବ୍ଲକ ରେ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ ଓ ନାଏବ ସରପଞ୍ଚ ମନୋନୀତ

add-all

ଚିକିଟି : ଚିକିଟି ବ୍ଲକ ର ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନବ ନିର୍ବାଚିତ ସରପଞ୍ଚମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ପଞ୍ଚାୟତ ଗୁଡିକ ର ନିର୍ବାହୀ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀ ଏ ଜନପ୍ରତିନିଧି ଙ୍କ ଗହଣ ରେ ଆଗାମୀ ପାଞ୍ଚ ବର୍ଷ ପାଇଁ ଖସଡ଼ା ପ୍ରସ୍ତୁତ ସହିତ ନାଏଵ ସରପଞ୍ଚ ମଧ୍ୟ ମନୋନୀତ ହୋଇଛି। କେବଳ ସୁରଳ ପଞ୍ଚାୟତ ରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ବାକି ପଞ୍ଚାୟତ ଗୁଡିକ ରେ ଅପ୍ରତିଦ୍ବନ୍ଦୀ ଭାବେ ମନୋନୀତ ହୋଇଛନ୍ତି।
ବ୍ଲକ ର 17 ଟି ପଞ୍ଚାୟତ ମଧ୍ୟରୁ ନୂଆପଡା ପଞ୍ଚାୟତ ରେ ସନ୍ତୋସି ବେହେରା,ଚାନ୍ଦପୁର ପଞ୍ଚାୟତ ରେ ଦୟାନିଧି ଗୌଡ଼, ଲାଲମେଣ୍ଟା ରେ ଜୟନ୍ତୀ ପାତ୍ର, କେ. ନୂଆଗାଁ ପଞ୍ଚାୟତ ରେ ରୀନା କୁମାରୀ ବେହେରା, କଳବାଡ଼ ପଞ୍ଚାୟତ ରେ ରୁନୁ ସାହୁ,ରାମଚନ୍ଦ୍ର ପୁର ପଞ୍ଚାୟତ ରେ ପ୍ରକାଶ ଚନ୍ଦ୍ର ରାଉଳ,କୋଟିଲିଙ୍ଗି ପଞ୍ଚାୟତ ରେ ରଂଜିତା କୁମାରୀ ସାହୁ, ରମ୍ପା ପଞ୍ଚାୟତ ରେ ବି. ପୋଲେୟା,ପିତାତଳି ପଞ୍ଚାୟତ ରେ ପି. ରତ୍ନାଲୁ,ଗିରିଶୋଲା ପଞ୍ଚାୟତ ରେ ସନ୍ତୋଷ କୁମାର ପ୍ରଧାନ, ଗୋବିନ୍ଦ ନଗର ପଞ୍ଚାୟତ ରେ ନମିତା ପ୍ରଧାନ, ସୁରଳ ପଞ୍ଚାୟତ ରେ କେଶବ ବେହେରା, ସୁବାଣୀ ପଞ୍ଚାୟତ ରେ କୁନି ବେହେରା, ଏକସିଙ୍ଗି ପଞ୍ଚାୟତ ରେ ବି. ନାରାୟଣ ରେଡ଼ି, କତୁରୁ ପଂଚାୟତ ରେ ଘନଶ୍ୟାମ ବେହେରା, ଝାଟିପଦର ପଂଚାୟତ ରେ କେ. Gourama,ସୁନପୁର ପଂଚାୟତ ରେ ସାଗରିକା ବେହେରା ନାଏବ ସରପଞ୍ଚ ମନୋନୀତ ହୋଇଛନ୍ତି।ତେବେ ସୁରଳ ପଞ୍ଚାୟତ ର କେଶବ ବେହେରା ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ହୋଇଛନ୍ତି।

ad-week
Leave A Reply

Your email address will not be published.