ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି…

add-all

ଗଞ୍ଜାମ : ଗଞ୍ଜାମ ସହର ର ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ତହସିଲଦାର ଅରୁଣ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଯାତ୍ରାରେ ଡି ଜେ ସାଉଣ୍ଡ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇ ପାରମ୍ପାରିକ ବାଦ୍ୟ ବାଜଣା ଦୋଳ ବିମାନ ଶୋଭାଯାତ୍ରାରେ ବ୍ୟବହାର ସହ ଠାକୁର ମାନଙ୍କ ସମ୍ମୁଖରେ ସାଂଶୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାତ୍ରା କମିଟି ମାନଙ୍କୁ ପରାମର୍ଶ ଦିଆଯାଇଥିଲା।କରୋନା କମିଛି କିନ୍ତୁ ସମ୍ପୂର୍ଣ ଅପସରି ଯାଇନଥିବା ଯୋଗୁଁ କୋଭିଡ ଗାଇଡ଼ ଲାଇନ କୁ ଅନୁପାଳନ କରି ନିଜେ ସୁରକ୍ଷିତ ରହି ଅନ୍ୟମାନ ଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କୁହାଯାଇଥିଲା। ମଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଚୋରା ମଦ ବେପାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ସହରୁକୁ ସାନିଟାଇଜର କରାଯିବ।ପାନୀୟ ଜଳ ସମସ୍ୟା ରହିଥିବା ୱାର୍ଡ ମାନଙ୍କୁ ଟ୍ୟାଙ୍କର ସାହାଯ୍ୟରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିଶୃତି ଦେଇଥିଲେ।ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ମତ ପ୍ରକାଶ ପାଇଥିଲା।ମେଡିକାଲ ଅଫିସର ସୈମ୍ୟକାନ୍ତ ମହାପାତ୍ର,ଆୟୁଷ ଡାକ୍ତର ବନଜ କାନ୍ତ କର,ଅବକାରୀ ବିଭାଗୀୟ ଅଧିକାରୀ ମୋହନ ପ୍ରଧାନ,ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି,ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ଦିଲେଶ୍ବର ଆଚାରୀ,ଜନ ସ୍ଵାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ଆଶିଷ କୁମାର ବରାଳ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ଗଞ୍ଜାମ ସହରରେ ରହିଥିବା ବିଭିନ୍ନ ସାହି,ଦାମୋଦରପୁର,ପୁଇଁତୋଳା,ସୂର୍ଯ୍ୟନାରାୟଣ ପୁର ବିଞ୍ଚଣା ପଲ୍ଲୀ ଗ୍ରାମର ୧୭ଟି ଦୋଳଯାତ୍ରା କମିଟି ସଭ୍ୟ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.