ପାତ୍ରପୁର ବ୍ଳକ ଦଖଲ କଲା ବିଜେପି, ଗୁଡିପଦର ସମିତି ସଭ୍ୟା ଓ୍ବାଇ ସଞ୍ଜୁକ୍ତା ହେଲେ ବ୍ଳକ ଅଧ୍ୟକ୍ଷା

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଳକ ଅଧ୍ୟକ୍ଷା ପଦକୁ ଦଖଲ କଲା ବିଜେପି । ଗୁଡିପଦର ସମିତି ସଭ୍ୟା ଓ୍ବାଇ ସଞ୍ଜୁକ୍ତା ୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତ ଗଣନା ପରେ ବିଜେପି ଓ ବିଜେଡ଼ି ଦଳ ପକ୍ଷରୁ ନିଜ ନିଜ ଦଳକୁ ସମର୍ଥନ କରୁଥିବା ସମିତି ସଭ୍ୟ ମାନଙ୍କୁ ଅଜ୍ଞାତବାସ ରେ ରଖିଥିଲେ। ଆଜି ପ୍ରଥମେ ବିଜେପି ପକ୍ଷରୁ ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ବରେ ସଦ୍ୟ ନିର୍ବାଚିତ ୧୩ ସମିତି ସଭ୍ୟଙ୍କୁ ପାଛୋଟି ଆଣିବା ସହ ଅଧିଷ୍ଠାତ୍ରୀ ଦେବୀ ମା କୁଠାରେଶ୍ବରୀ ଙ୍କ ପିଠ ରେ ପୁଜାର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଳକ ରେ ପହଞ୍ଚି ଥିଲେ। ସେହିପରି ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ବିଧାୟିକା ଉଷାଦେବୀ ଙ୍କ ନେତୃତ୍ବରେ ସମସ୍ତ ନଅ ଜଣ ନବ ନିର୍ବାଚିତ ସମିତି ସଭ୍ୟ ମାନେ ବ୍ଳକରେ ପହଞ୍ଚି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିଲେ। ବିଜେପି ପକ୍ଷରୁ ଗୁଡିପଦର ସମିତି ସଭ୍ୟା ଓ୍ବାଇ ସଞ୍ଜୁକ୍ତା ଓ ବିଜେଡ଼ି ପକ୍ଷରୁ ଏନ୍ ସାନ୍ତାମା ଅଧ୍ୟକ୍ଷା ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ। ଏନ୍ ସାନ୍ତାମା ଙ୍କୁ ୯ ଖଣ୍ଡ ଭୋଟ ମିଳିଥିବା ବେଳେ ଜଣେ ନିର୍ଦଳିୟ ସମିତି ସଭ୍ୟ ଙ୍କ ସମେତ ୧୪ ଖଣ୍ଡ ଭୋଟ ଓ୍ବାଇ ସଞ୍ଜୁକ୍ତା ବିଜୟୀ ହୋଇଥିଲେ।

ad-week
Leave A Reply

Your email address will not be published.