ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଭାବେ ଆପନା ସେଠୀ ଅପ୍ରତିଦ୍ବନ୍ଦୀ ନିର୍ବାଚିତ

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଭାବେ ଆପନା ସେଠୀ ଅପ୍ରତିଦ୍ବନ୍ଦି ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି। ୧୭ ଗୋଟି ସମିତି ପାର୍ଥୀ ଙ୍କୁ ନେଇ ଅଧ୍ୟକ୍ଷ ପଦବୀ ପୂରଣ କରାଯାଇଥିବା ବେଳେ ବିଜେଡ଼ି ସମର୍ଥିତ ୧୪ ବିଜେପି ସମର୍ଥିତ ୨ ଏବଂ ସ୍ୱାଧୀନରୁ୧ ପାର୍ଥୀ ଅଛନ୍ତି।ତେବେ ଅଧ୍ୟକ୍ଷ ପଦବୀ ପାଇଁ ରାମଚନ୍ଦ୍ର ପୁର ପଞ୍ଚାୟତ ର ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଆପନା ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ତେବେ ଅପର ପକ୍ଷରୁ କୌଣସି ଦଳ ନାମାଙ୍କନ ପତ୍ର ଦାଖଲ କରିନଥିଲେ।ଯାହା ଫଳରେ ଅପ୍ରତିଦ୍ବନ୍ଦି ଭାବେ ଆପନା ସେଠୀ ବିଜୟୀ ହୋଇଛନ୍ତି।ନବ ନିର୍ବାଚିତ ପାର୍ଥିଙ୍କୁ ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, କିଶୋର ପଣ୍ଡା, ଧର୍ମା ସାହୁ, କୃଷ୍ଣଚନ୍ଦ୍ର ସାହୁ, ଉମା ରେଡ୍ଡୀ,ମୁନା ପଣ୍ଡା ସମେତ ବ୍ଲକ ର ସଂଖ୍ୟାଧିକ ବିଜୁ କର୍ମୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।ଅଧ୍ୟକ୍ଷ ପଦକୁ ନେଇ ଏହି ବ୍ଲକ ରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପାଇଁ ପୋଲିସ ମୁତୟନ ହୋଇଥିଲେ।

ad-week
Leave A Reply

Your email address will not be published.