କନ୍ଧମାଳ ଜିଲ୍ଲାର ୧୨ ବ୍ଲକରେ ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ବାଚିତ

add-all


କନ୍ଧମାଳ : କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି l ପ୍ରାୟ ସମସ୍ତ ବ୍ଲକରେ ଶାସକ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦବୀ ହାତେଇଛି l ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ଭାବେ ଗୋଛାପଡା ସମିତି ସଭ୍ୟା ନମିତା କହଁର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ସସ୍ମିତା କହଁର ଫୁଲବାଣୀ ବ୍ଲକ, ପିଙ୍କି କହଁର କୋଟଗଡ଼ ବ୍ଲକ, ବାସନ୍ତୀ ମାଝୀ ତୁମୁଡିବନ୍ଧ ବ୍ଲକ, ମିଶାବତୀ ମଲିକ ବାଲିଗୁଡା ବ୍ଲକ, ବୈନେତ୍ରୀ କହଁର ଚକାପାଦ ବ୍ଲକ, ସୁଶାନ୍ତ ପ୍ରଧାନ ଦାରିଙ୍ଗବାଡି ବ୍ଲକ, ଅନିମା କହଁର ଖଜୁରୀପଡା ବ୍ଲକ, ଜି. ଉଦୟଗିରି ବ୍ଲକ ସୁଷମା ପ୍ରଧାନ, ପ୍ରିତମ ଚନ୍ଦ୍ର ପ୍ରଧାନ ରାଇକିଆ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ l ତେବେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ସାଗରିକା ପ୍ରଧାନ ଓ ସୁଲୋଚନା ଦଳବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା, ସୁଲୋଚନା ଦଳ ବେହେରା ୧୦ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ସାଗରୀକା ମାତ୍ର ୪ଟି ଭୋଟ ପାଇ ପରାସ୍ତ ହୋଇଥିଲେ l ସେହିପରି ଟିକାବାଲି ବ୍ଲକରେ ମଧ୍ୟ ଦିଲ୍ଲୀପ କହଁର ଓ ଲଳିତ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା l ଲଳିତ ୪ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲୀପ କହଁର ୭ଟି ଭୋଟ ପାଇ ବିଜୟୀ ହୋଇଥିବା ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l ଆସନ୍ତା ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି l

ad-week
Leave A Reply

Your email address will not be published.