ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ

add-all

ଗଞ୍ଜାମ: ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ।ଶନିବାର ପଞ୍ଚାୟତ ସମିତି ପାଇଁ ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନରେ ବିଜେଡି ପ୍ରାର୍ଥିନି ଶ୍ରୀମତୀ ପ୍ରଧାନ ୧୫ ଜଣ ସମିତି ସଭ୍ୟ ମଧ୍ୟରୁ ୧୦ ଜଣ ସମିତିସଭ୍ୟ ଙ୍କ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନି ଦୀପାଳି ନାୟକ ୫ ଟି ଭୋଟ ପାଇଥିବା
ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି।


ସେ ପାଲଙ୍ଗ ପାଞ୍ଚାୟତ ର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।ତାଙ୍କର ଏହି ବିଜ୍ଞରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି।ବିଜୟୀ ଘୋଷଣା ହେବା ପରେ ନବନିର୍ବାଚିତ ଅଧ୍ୟକ୍ଷା ଙ୍କୁ ବିଜେଡି ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।
ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ ନିର୍ବାଚନ ଦାୟିତ୍ୱରେ ରହିଥିବା ବେଳେ ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟେଟ ଦାୟିତ୍ୱରେ ରହିଥିଲେ।ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ,ରମ୍ଭାଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସହ ପୋଲିସ ଟିମ ଆଇନ ସୁରକ୍ଷା କୁ ନେଇ ସଜାଗ ରହିଥିଲେ।

ad-week
Leave A Reply

Your email address will not be published.