
ଚିକିଟି : Water ସେଡ଼ ଅରଗାନାଇଜେସନ ଟ୍ରଷ୍ଟ ଚିକିଟି ଅନୁକୂଲ୍ୟ ରେ ମଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ ଅନୁଷ୍ଠାନ ସଭା ଗୃହ ରେ ଏକ ଅନୁଭୂତି ବିନିମୟ କାର୍ଯ୍ୟକ୍ରମ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ର ଛଅ ଗୋଟି ପଞ୍ଚାୟତ 20 ଟି ଗ୍ରାମ ର 110 ଜଣ ଅଗ୍ରଣୀ ଚାଷୀ ତଥା ପ୍ରକଳ୍ପ ହିତାଧିକାରୀ ଯୋଗ ଦେଇଥିଲେ।ଅତିଥି ଭାବେ ନବ ନିର୍ବାଚିତ ରାମଚନ୍ଦ୍ର ପୁର ପଞ୍ଚାୟତ ସରପଞ୍ଚ ଜି .ଜ୍ୟୋତି ରେଡ଼ି, ଲାଲମେଣ୍ଟା ସରପଞ୍ଚ ବାସନ୍ତୀ ସେଠି ଓ ତୁରୁବୁଡି ପଂଚାୟତ ସରପଞ୍ଚ ବି. ଲିଙ୍ଗରାଜ ଦୋରା ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ।
ଇଣ୍ଡସ ଇଣ୍ଡ ବ୍ୟାଙ୍କ ଆର୍ଥିକ ସହାୟତା ରେ water ସେଡ଼ ସଂସ୍ଥା ଦ୍ବାରା କାର୍ଯ୍ୟ କରା ଯାଇଥିବା ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ଯଥା ପଥର ହୀଡ଼, ଜମି ମରାମତି, ଚେକ ଡେମ,ଜଳ ଯୋଗାଣ, କୃଷି ଶ୍ରମ ଲାଘବ ଯନ୍ତ୍ରପାତି ପ୍ରଦାନ ର ସଫଳ ଉପାଦେୟତା ବିଷୟରେ ଆଲୋଚନା ହୋଇଥିଲା।ଅନ୍ୟ ପକ୍ଷରେ ଆଦିବାସୀ ମାନଙ୍କ ବିକାଶରେ ପ୍ରକଳ୍ପ ର ସହଭାଗୀତା କୁ ନେଇ ବୈଠକରେ ପ୍ରଶଂସା ମଧ୍ୟ କରାଯାଇଥିଲା।