କ୍ୟାରିୟର କାଉନସିଲ ବୈଠକ

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଆମ୍ବେଦକର ମହାବିଦ୍ୟାଳୟ ଠାରେ ଆଜି କ୍ୟାରିୟର କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟଅତିଥି ଭାବେ ନବ ନିର୍ବାଚିତ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମାଁ କହଁର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଖଜୁରୀପଡା ସରପଂଚ ମନୋରଂଜନୀ ଯାନୀ ପ୍ରମୁଖ ଯୋଗଦାନ କରିଥିଲେ। କ୍ୟାରିୟର କାଉନସିଲ ବୈଠକର ମୁଖ୍ୟ ଭାବେ ନୂଆଦିଲ୍ଲୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଡିଡିଏମ ଏବଂ ଫିରିଙ୍ଗିଆ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ନିର୍ମଳ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର କାଉନସିଲ ବୈଠକର ମୁଖ୍ଯ ଉଦ୍ଦେଶ୍ଯ ଉପରେ ଆଲୋକପାତ କରିଥିଲେ।ଶିକ୍ଷା ଗ୍ରହଣ କରିବା ସହ ଭବିଷ୍ଯତ ରେ କିଭଳି ଜଣେ ଛାତ୍ରଛାତ୍ରୀ ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିବେ ସେନେଇ ଆଲୋଚନା କରିଥିଲେ।ଆମ୍ବେଦକର ମହାବିଦ୍ୟାଳୟ ଅଧ୍ଯକ୍ଷ ଡା .ପ୍ରଶାନ୍ତ କୁମାର କର ଙ୍କ ସମେତ ଅଧ୍ୟାପକ ବାସୁଦେବ ସାହୁ, ସମୀର କୁମାର ବେହେରା, ପମୋଦ କୁମାର ନାୟକ, ପିଇଟି ଶ୍ରୀପଦ କୁମାର ନାୟକ, ରଶ୍ମି ରଂଜନ ଲେଙ୍କା, ରଂଜନ କୁମାର ବେହେରା, ରାମକୃଷ୍ଣ ପଣ୍ଡାଙ୍କ ସହ ବୈବ ବେହେରା ପ୍ରଫୁଲ ବେହେରା ସଂଜୟ କୁମାର ଦେହୁରୀ ସୀତା ପ୍ରଧାନ ପଦ୍ମାବତୀ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.