କଂଗ୍ରେସର ଆରମ୍ଭ ହେଲା ଜୋରଦାର ପ୍ରଚାର

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୌର ନିର୍ବାଚନ ପାଖେଇ ଯେତିକି ଆସୁଛି ପ୍ରତିଦ୍ୱନ୍ଦୀମାନଙ୍କ ମନରେ ଉତ୍କଣ୍ଠା ସେତିକି ବଢି ଚାଲିଛି । ଚଳିତ ପୌର ନିର୍ବାଚନରେ କଂଗ୍ରେସ ସହ ବିଜେଡିର କଡା ଟକର ହେବାର ସମ୍ଭାବନା ଦେଖା ଯାଉଛି। ବିଶେଷ କରି ଚେୟାରମ୍ୟାନ ପ୍ରାର୍ଥୀ ପାଇଁ କଂଗ୍ରେସ ପକ୍ଷରୁ ସବିତା ମହାନ୍ତି ପ୍ରତ୍ୟେକ ୱାର୍ଡରେ ନିଜର ଦଳୀୟ କର୍ମୀଙ୍କ ସମେତ ପ୍ରତି ୱାର୍ଡର କାଉନସିଲର ମାନଙ୍କୁ ନେଇ ପ୍ରଚାର ଆରମ୍ଭ କରିଥିବାବେଳେ ତାଙ୍କ ସାଙ୍ଗରେ ଅଛନ୍ତି କଂଗ୍ରେସ କନ୍ଧମାଳ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର,ଜିଲ୍ଲା ସଭାପତି ଅନାମ ନାୟକ,ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ବରିଷ୍ଟ କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ନଗର ସଭାପତି ଶିଵ ଶଙ୍କର ବେହେରା,ଛାତ୍ର କଂଗ୍ରେସ ସଭାପତି ଅନୁପମ କଁହର, ସଞ୍ଜୟ ଭଞ୍ଜ, ନନ୍ଦ କିଶୋର ଦାଶଙ୍କ ସମେତ ବହୁ କଂଗ୍ରେସ କର୍ମୀ ପ୍ରଚାରରେ ସାମିଲ ହୋଇ ଘର ଘର ବୁଲି ପ୍ରାର୍ଥୀ ପ୍ରାର୍ଥିନୀ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

ଏପରିକି ବିଗତ ନିର୍ବାଚନ ସମୟରେ ବିଜେଡି କଥା ଦେଇ ଯୋଉ ସବୁ କାର୍ଯ୍ୟ ପୂରଣ କରିପାରି ନାହିଁ ସେ ସବୁକୁ କଂଗ୍ରେସ ପୌର ନିର୍ବାଚନରେ ଜିତିବା ପରେ ପ୍ରଥମ କର୍ତ୍ତବ୍ୟ ଭାବରେ ପୂରଣ କରି ଦେଖେଇବ ବୋଲି ପ୍ରତ୍ୟେକ ୱାର୍ଡରେ ପ୍ରତିଶ୍ରୁତି ଦେଇଛନ୍ତି ଚେୟାରମ୍ୟାନ ପ୍ରାର୍ଥିନୀ ସବିତା ମହାନ୍ତି।

ad-week
Leave A Reply

Your email address will not be published.