
ବ୍ରହ୍ମପୁର (୧୮/୦୩) : ବ୍ରହ୍ମପୁର ସହରର ଗୌଡ଼ସାହି ନିଵାସୀ, ସାମାଜିକ କର୍ମୀ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପ୍ରଥମ ସଭାପତି S. ଆନନ୍ଦ ରାଓଙ୍କ ଆଜି ସକାଳ ୯ ଘଣ୍ଟା ସମୟସରେ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁପରେ ଚକ୍ଷୁ ଦାନ ପାଇଁ ସ୍ବୀକାରୋକ୍ତି ପ୍ରଦାନ କରିଥିଲେ। ମାନବଵାଦୀ ହେତୁବାଦୀ ସଂଗଠନର ପ୍ରମୁଖ ନେତୃତ୍ୱ ଜମ୍ମୁଲ ସୁରେଶ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି ଶୋକସନ୍ତପ୍ତ ପରିବାରର ସ୍ତ୍ରୀ ଏସ. ବସନ୍ତା, ବଡ ଝିଅ ଏସ. ଦେବୀ , ମଝିଆ ଝିଅ ପି.ବାଣୀ, ସାନଝିଅ ଏସ.ଦିବ୍ୟା, ବଦଜ୍ୱାଇଁ ପ୍ରଭକର ପାତ୍ର, ମିଟୁ, ଭାଇ ଏସ.ପ୍ରତାପ, ମଧୁ, କଞ୍ଚାଡା ଶ୍ରୀନିବାସ,ତିରୁମୁଳ ରାଓଙ୍କୁ ଶରୀର ଦାନ ପାଇଁ ବୁଝାଇଥିଲେ। ପ୍ରଥମେ ଆନନ୍ଦ ରାଓଙ୍କ ବାସ ଭବନରେ ମେଡିକାଲ କଲେଜ ଚକ୍ଷୁ ବିଭାଗର ଡାକ୍ତର ସୋନାଲି ଓ ଡାକ୍ତର ତପସ୍ୱୀ କର୍ଣ୍ଣିଆ (ଚକ୍ଷୁ) ସଂଗ୍ରହ କରିଥିଲେ। ପରେ ପରେ ଆନନ୍ଦ ରାଓଙ୍କ ମୃତଶରୀରକୁ ବ୍ରହ୍ମପୁର ମେଡିକାଲ କଲେଜର ଆନାଟୋମୀ ବିଭାଗର ମୁଖ୍ୟ ଡାକ୍ତର ଜାମି ସାଗର ପୃଷ୍ଟି ଓ ଡାକ୍ତର ମଧୁସୂଦନ ମିଶ୍ରଙ୍କୁ ଶରୀର ଦାନ କରାଯାଇଥିଲା। ଏହା ବ୍ରହ୍ମପୁର ମେଡିକାଲ, ଆନାଟୋମି ବିଭାଗକୁ ୧୧ତମ ଶରୀର ଦାନ ବୋଲି ଡାକ୍ତର ପୃଷ୍ଟି କହିଥଲେ ଓ ଏହା ମେଡିକାଲ ଛାତ୍ର ଛାତ୍ରୀଙ୍କ ଉନ୍ନତ ପାଠ ପଢା ପାଇଁ ଓ ଗବେଷଣା ପାଇଁ ବ୍ୟବହାର କରାଯିବ ବୋଲି ବୁଝାଇଥିଲେ। ଏହି ମହତ କାର୍ଯ୍ୟପାଇଁ ପରିବାର ତଥା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଓ ମାନବଵାଦୀ ହେତୁବାଦୀ ସଙ୍ଗଠନକୁ ଭୁୟସୀ ପ୍ରଶଂସା କରିଥିଲେ।
ଶରୀର ଦାନ ସମୟରେ ମାନବଵାଦୀ ହେତୁବାଦୀ ସଂଗଠନର ସମ୍ପାଦକ, କେ.ନନ୍ଦେସୁ ସେନାପତି, ଜମ୍ମୁଲା ସୁରେଶ ,କିଶୋର ଚନ୍ଦ୍ର ମିଶ୍ର, କେ.ବସବରାଜୁ, ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର କେ.ପୁରୁଷୋତ୍ତମ ସୁବୁଦ୍ଧି, ଲଷ୍ମୀନାରାୟନ ସୁବୁଦ୍ଧି, ଇ.ରଘୁନାଥମ, ଇ.ଜଗଡ଼ିଶ୍ୱର ରାଓ, ଯେ.ରବିକୁମାର, ଲଷ୍ମୀକାନ୍ତ, ch. ଶ୍ରୀନିବାସ ରାଓ, ଡି. ଡି. ମହାନ୍ତି, ରଜନୀ କାନ୍ତ ବକ୍ସି ,ମାନବ ଅଧିକାର ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ଅବନୀ ଗୟା,ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ ତରାଇ ଓ ଅନ୍ୟ ବନ୍ଧୁ ବାନ୍ଧବ ଶରୀର ଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।