ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକରେ ହୋଲି ପର୍ବ

add-all

ହିଞ୍ଜିଳିକାଟୁ ୧୯/୩) : ରଙ୍ଗର ପର୍ବ ହୋଲିର ସାତ ରଙ୍ଗରେ ରଙ୍ଗିନ ହୋଇଛନ୍ତି ହିଞ୍ଜିଳିକାଟୁ ପୌରାଚଂଳ ଓ ବ୍ଳକବାସୀ । ଗତ ଦୁଇ ବର୍ଷ ହେବ କରୋଣା ମହାମାରୀ ଯୋଗୁଁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ହୋଲି ଖେଳ ହୋଇନଥିଲା ମହାମାରୀ ଟିକେ କମିବା ପରେ ଚଳିତ ବର୍ଷ ବୁଢା ଠାରୁ ପିଲା ସମସ୍ତେ ରଙ୍ଗର ପର୍ବ ହୋଲିର ସାତ ରଙ୍ଗ ରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା। ପ୍ରଶାସନିକ ଅଧିକାରୀ, ହିଞ୍ଜିଳିକାଟୁ ଥାନା ପରିସରରେ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ସମସ୍ତ ପୋଲିସ କର୍ମଚାରୀ କରୋନା କଟକଣା ମଧ୍ୟରେ ହୋଲି ପର୍ବ ପାଳନ କରିଛନ୍ତି ।ସେହିପରି ଗ୍ରାମାଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଧୂମ ଧାମରେ ପାଳନ ହୋଇଯାଇଅଛି।

ପୌରପରିଷଦ ନିର୍ଵାଚନ ଆଗକୁ ଥୁବାରୁ ୨୧ ଟି ୱାର୍ଡ ର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ପୋଲାଈ ଙ୍କ ଘରକୁ ଯାଇ ହୋଲି ର ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇ ପରମ୍ପରାର ଵଜାୟ ରଖିବା ସହିତ ବିଜେଡି ପ୍ରାର୍ଥୀ ଅଧ୍ୟକ୍ଷ ଙ୍କ କ୍ୟାମ୍ପନିଂ କରିଥିଲେ। ସାମ୍ବାଦିକ, ରାଜନେତା, ଓକିଲ, ଯୁବକ ସଂଘ ଓ ବୁଦ୍ଧିଜିବୀ ମାନେ ହୋଲି ପାଳିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ହିଞ୍ଜିଳିକାଟୁ ପୌରପରିଷଦ ସମ୍ମୁଖରେ ଥିବା ନୁତନ ବସଟର୍ମୀନାଲ ପରିସରରେ ଚା ଖଟି ଗୂପ ହୋଲି ପର୍ବ ପାଳନ କରୁଥିଲେ। ଵିଭିନ୍ନ ସାହି ରୂ ବହୁ ଯୁବ ଗୋଷ୍ଠୀ ବିରାଟ ପଟୁଆରରେ ଶଂଖ,ମହୁରୀ ଓ ସଂଗୀତର ତାଳେତାଳେ ସହର ପରିକ୍ରମା କରି ସମସ୍ତଙ୍କୁ ଅବିର ଲଗାଇ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ସହ ମିଷ୍ଟାନ୍ନ ବଟଂନ କରିଥିଲେ।। ସେଥି ପାଇଁ ସାରା ସହର ଉତ୍ସବମୁଖର ହୋଇପଡ଼ିଥିଲା।

ad-week
Leave A Reply

Your email address will not be published.