
ଦାରିଙ୍ଗବାଡ଼ି (୨୦/୦୩) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାମାଙ୍ଗି ଓ କୁମ୍ଭାରୀ ପଦର ଗ୍ରାମର କ୍ୟାଥଲିକ ଖ୍ରୀଷ୍ଟୀୟ ମଣ୍ଡଳୀ ପକ୍ଷରୁ ଶତ ବାର୍ଷିକ ଜୟନ୍ତୀ ପାଳନ କରାଯାଇଛି। ଏହି ଜୟନ୍ତୀ ପାଳନ ଅବସରରେ ଉଭୟ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ସାଧୁ ଯୋସେଫ ଦେବାଳୟ ପରିସର ରେ ଏକ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇଥିଲା। ଏଥିରେ କଟକ-ଭୁବନେଶ୍ୱର ଧର୍ମ ପ୍ରଦେଶ ର ଧର୍ମାଧ୍ୟକ୍ଷ ଯୋଜନ ବାରବା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଯଜ୍ଞ ରେ ପୌରହିତ୍ୟି କରିବା ସହ ବାଇବଲ ରୁ ପଭୁଙ୍କ ବକ୍ୟ ପରିବେଷଣ କରିଥିଲେ, ସେ ଉପସ୍ଥିତ ବିଶ୍ୱାସୀ ବୃନ୍ଦ ଙ୍କୁ ଉତ୍ସାହିତ କରିବା ସହ ପ୍ରଭୁଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ସତ୍ୟ ଓ ନ୍ୟାୟ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ।
ପ୍ରାକୃତିକ ପରିବେଶ ରେ ଭରପୁର ଋଷିମାଳ ପାହାଡ଼ର ଘଞ୍ଚ ଅରଣ୍ୟ ପାଦ ଦେଶରେ ଅବସ୍ଥିତ ଥିବା ତାମାଙ୍ଗି ଓ କୁମ୍ଭାରୀ ପଦର ଗ୍ରାମରେ ୧୯୦୩ ମସିହାରେ ସ୍ପେନର ଜଣେ ମିଶେନାରୀ ଯାଜକ ଭଲେରିଆନ ଗୁମେଶ ଅଶ୍ଵ ଆରୋହି ଅଚାନକ ଆସି ପହଁଚି ଥିବା ଜଣାପଡିଛି । ସମୟ କ୍ରମେ ୧୯୨୨ ମସିହା ମାର୍ଚ୍ଚ ମାସ ୧୯ତାରିଖରେ ଇଷ୍ଟ ସାଧୁ ଯୋସେଫ ନାମରେ ଏକ ଦେବାଳୟ ପ୍ରତିଷ୍ଠା କରାଯାଇଥିଲା। ସେହି ଦିନ ଠାରୁ ଆଜ ପର୍ଯ୍ୟନ୍ତ ତାମାଙ୍ଗି -କୁମ୍ଭାରୀ ପଦର ମଣ୍ଡଳୀ ପକ୍ଷରୁ ପ୍ରତିବର୍ଷ ପର୍ଵ ପାଳନ କରିଆସୁଛନ୍ତି।
ବ୍ରାହ୍ମଣୀଗାଁ ଧର୍ମାଞ୍ଚଳ ର ମୁଖ୍ୟ ଯାଜକ ରବି ସଭାସୁନ୍ଦରଙ୍କ ତତ୍ୱବାଧାନ ରେ ଗ୍ରାମର ସଭାପତି ଉପେନ୍ଦ୍ର ବଳିୟାର ସିଂ ସମ୍ପାଦକ ଲକ୍ଷ୍ମୀ କାନ୍ତ ବଳିୟାର ସିଂ ଙ୍କ, ବିକ୍ରମ ବଳିୟାର ସିଂ ଙ୍କ ନେତୃତ୍ୱରେ ଆୟୋଜିତ ଶତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମାଧ୍ୟକ୍ଷ ବାରବା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେକ୍ରେଟାରୀ ଯାଜକ ମୋହନ ଦାସ ଦିଗାଲ, ମନୋଜ ବାଗ ସିଂ, ବଣିଜ୍ୟ କର ବିଭାଗ ର ପୂର୍ବତନ ଅଧିକାରୀ ଅମୀର ଚାନ୍ଦ ନାୟକ, ନବ ନିର୍ବାଚିତ ସରପଞ୍ଚ ନବଦିତା କପାଟ ପାତ୍ର ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଆଖ ପାଖ ଗ୍ରାମ ରୁ ଭକ୍ତ ଭକ୍ତା ମାନେ ଯୋଗ ଦେଇଥିଲେ। ଯାଜକ ଅଶ୍ୱିନ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ବଳିଆର ସିଂ ବିବରଣୀ ପାଠ କରିଥିଲେ। ଅନନ୍ତ ଓ ଜଗବନ୍ଧୁ ବଳିୟାରସିଂ ଙ୍କ ସଙ୍ଗୀତ ଦଳ ଯଜ୍ଞରେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।ଗ୍ରାମବାସୀ ଓ ଯୁବ ବର୍ଗ ଅତିଥି ମାନଙ୍କୁ ଆଡ଼ମ୍ବର ସହକାରେ ସ୍ୱାଗତ କରିବା ସହ ପରିଚାଳନା ରେ ସହଯୋଗ କରିଥିଲେ। ଅନନ୍ତ ବଳିଆରସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।