ସ୍ୱାମୀ ପରିତ୍ୟକ୍ତା ମାଳତୀ, ଆବାସ ଯୋଜନାରେ ଘରଟିଏ ପାଇବାରୁ ବଞ୍ଚିତ

add-all

ଦାରିଙ୍ଗବାଡି (୨୨/୦୩) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ମହକୁମାର ସ୍ୱାମୀ ପରିତ୍ୟକ୍ତା ମାଳତୀ ମଲିକ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେବି ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନାରେ ଘରଟିଏ ନପାଇ, ହତାଶ ଓ ନିରାଶର ସହିତ ଝାଟି ମାଟିର କୁଡ଼ିଆ ଘରେ ଚଳି ଆସୁଥିବା ଦେଖିବାକୁ ମିଳିଛି। ଏହି ଦଶ ବର୍ଷ ମଧ୍ୟରେ କେତେ ନିର୍ବାଚନ ଯାଇଛି, ପଞ୍ଚାୟତ ପ୍ରତିନିଧି ମାନଙ୍କର ପରିବର୍ତ୍ତନ ବି ହୋଇଛି। ଏହାରି ଭିତରେ ନୂତନ ହିତାଧିକାରୀ ମାନେ ଆବାସ ଯୋଜନାରେ ଘର ପାଇଛନ୍ତି। ହେଲେ ଗରିବ ହେତୁ ମାଳତୀ ଆବାସ ଗୃହଟେ ପାଇ ପାରିନଥିବା ଜଣା ପଡିଛି।

କୁଲି ମଜୁରୀ କରି ଚଳୁଥିବାରୁ ଆବାସ ଯୋଜନାରେ ଘର ପାଇନଥିବା ମାଳତୀ କହିଛନ୍ତି। ଆବାସ ଗୃହଟିଏ ପାଇବା ପାଇଁ ଏହି ଦଶ ବର୍ଷ ଭିତରେ ଗ୍ରାମ ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ ସମେତ ବ୍ଲକ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ସୁଫଳ ପାଇନଥିବା ଜଣା ପଡ଼ିଛି। ନୂତନ ସରପଞ୍ଚ ଏହିଥରକ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମାଳତୀକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏମିତି ବହୁ ପ୍ରତିଶୃତି ପୂର୍ବତନ ସରପଞ୍ଚ ମାନେ ଦେଇ ଆସିଛନ୍ତି, ହେଲେ ଆଜ ଯାଏ ମାଳତୀକୁ ଘରଟିଏ ଯୋଗାଇ ଦେଇନାହାନ୍ତି। ଆବାସ ଯୋଜନାରେ ମାଳତୀ ଘରଟିଏ ପାଇବ ନା ପୁଣି ୫ବର୍ଷ ବିତିଯିବ ଦେଖିବାକୁ ବାକି ରହିଛି।

ad-week
Leave A Reply

Your email address will not be published.