ପ୍ରତିଶ୍ରୁତି ଯେବେ ପ୍ରତାରଣା ହୁଏ ଦୁଃଖ କହିବା କାହାକୁ?

add-all

ଡାକ୍ତର ସାଗର ରଂଜନ ତ୍ରିପାଠୀ

ସାମ୍ପ୍ରତିକ ସମୟରେ ଆମ ପାଇଁ ଆମ ସମସ୍ୟାକୁ ଗୁରୁତ୍ବ ଦେଇ ଅନେକ ଅନେକ ପ୍ରତିଶ୍ରୁତି ଦିଅନ୍ତି ନେତା କିନ୍ତୁ ଆମ ପାଇଁ ଦୂରଦୃଷ୍ଟି ଥିବା ବ୍ୟକ୍ତି ହିଁ ଆବଶ୍ୟକ। ଉତ୍ତରଦାୟିତ୍ୱ ଅବହେଳା କରି କ୍ଷମତା ରାଜନୀତିରେ ସକ୍ରିୟ ରହି ପଦ ପଦବୀ ଉପଭୋଗ କରିଥିବା ବ୍ୟକ୍ତି କୁ ଯଦି ବାରମ୍ବାର ସୁଯୋଗ ମିଳିବ ସେ ଅହଂକାରୀ ହେବ। ନେତା ଯେତେବେଳେ ଅଧିକ ଦିନ କ୍ଷମତା ରାଜନୀତିରେ ନିଜର ପତିଆରାକୁ ପ୍ରଭାବଶାଳୀ ଢଙ୍ଗରେ ଲୋକ ଙ୍କ ଉପରେ ଲଦି ଦେବ ସମସ୍ୟା ସମାଧାନ ହେବା ବଦଳ ରେ ଅନେକ ସମସ୍ୟା ଜନ୍ମ ନେବା ସ୍ଵାଭାବିକ। ଅନେକ ସମୟରେ କ୍ଷମତା ରାଜନୀତିରେ ଏଭଳି କିଛି ଚରିତ୍ର ଙ୍କ ପାଇଁ ସମାଜ ଯେଉଁ ଦୁଃଖ ଭୋଗ କରେ ତାର ଅନ୍ତ ହେବ କେବେ କହିବା ମଧ୍ୟ ଆଦୌ ସହଜ ନୁହଁ। ନେତା ଙ୍କ ନୀତି ଆଦର୍ଶ ପଥ ଭ୍ରଷ୍ଟ କାରଣ ରୁ ଅନେକ ସମୟରେ ଏକ ସୁସ୍ଥ ସମାଜ ରେ ବ୍ୟତିକ୍ରମ ଭାବେ ଅନେକ ଘଟଣା ଶୁଣି ଆମେ ମର୍ମାହତ ହେଉ। ଗୋଟିଏ ସମାଜ ପାଇଁ କଲ୍ୟାଣକାରୀ ସତ୍ ଚରିତ୍ର ବାନ ଓ ଆଦର୍ଶ ମଣିଷ। ଜଣେ ରାଷ୍ଟ୍ର ବାଦୀ ବିଚାର ସବୁ ବେଳେ ସବୁ ସମୟରେ ଆମ ପାଇଁ ପ୍ରେରଣା ଦେଇ ଆସୁଥିବା ବେଳେ ଜଣେ ସ୍ୱାର୍ଥ ସର୍ବସ୍ବ ବିଚାର ର ବ୍ୟକ୍ତି କେବେ ହେଲେ ସମାଜ ର ଉପକାରୀ ସିଦ୍ଧ ହେବ ନାହିଁ। ଦିନ ଥିଲା ସମାଜ ପାଇଁ ଉତ୍ସର୍ଗୀକୃତ ସେବା ଭାବ ପୂର୍ଣ୍ଣ ବିଚାର ମାନେ ରାଜନୀତି ସହିତ ଯୋଡି ହୋଇ ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇ ପୂଜା ପାଉଥିଲେ କିନ୍ତୁ ଆଜି କ୍ଷମତା ସେହି ମାନଙ୍କ ହାତରେ ଯିଏ ଅର୍ଥ ରୁ କ୍ଷମତା ଏଵଂ କ୍ଷମତା ରୁ ଅର୍ଥ ହେଉଛି ତାଙ୍କ ପାଇଁ ମୂଳ ମନ୍ତ୍ର। ବାହୁ ବଳ ରେ ଧନ ବଳ ରେ କ୍ଷମତା ପାଇଁ ସୁସ୍ଥ ସମାଜ କୁ ଅସୁସ୍ଥ କରିବା ବିଚାର ଙ୍କ ଅଭାବ ନାହିଁ।ନିରାଶ ଜୀବନ ରେ ସଂଘର୍ଷ କରି ଆସୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକ ଙ୍କ ସୁବିଧା ପାଇଁ ମିଛ କଥା କହି ଅନେକ ପ୍ରତିଶ୍ରୁତି ଦେବା ଅଭ୍ୟାସ ନେତାଙ୍କ। ଏମାନେ କ୍ଷମତା ପାଇଗଲା ପରେ ସବୁ ପ୍ରତିଶ୍ରୁତି ହୁଏ ପ୍ରତାରଣା। ଏଭଳି ସ୍ଥିତିରେ ଲୋକ ସମସ୍ୟା ଲାଗି ରହେ କିନ୍ତୁ ଜନ ପ୍ରତିନିଧି ମାନଙ୍କ ଉପରୁ ବିଶ୍ୱାସ ତୁଟି ଯାଏ। ବାରମ୍ବାର ବିଶ୍ୱାସ ମନ ରେ ଜନ୍ମାଇ କ୍ଷମତା ପାଇବା ପାଇଁ ସକ୍ଷମ ହେବା ରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବା ଦେଖି ଆଖି ଖୋସି ହୋଇ ଯାଏ। ପ୍ରଶ୍ନ ଉଠେ ଏତେ ଅର୍ଥ ଆସୁଚି କେଉଁଠୁ? ଆଜି ରାଜନୀତିର ଖେଳ ବୁଝିବା ପାଇଁ ଏମିତି କୌଣସି ବ୍ୟବସ୍ଥା ନାହିଁ। କଥାରେ ସର ପକେଇ ମିଠା କଥା କହିବା ରେ ଅଭ୍ୟସ୍ତ ମଣିଷ ଜୀବନ ରେ ସବୁ ବେଳେ କ୍ଷମତା ଲକ୍ଷ୍ୟରେ ରହିଥାଏ ଏବଂ ନୀରିହ ମଣିଷ କେବଳ ଶୋଷଣ ହୋଇ ନୀରବ ଯନ୍ତ୍ରଣା ଭୋଗ କରେ। ବେରୋଜଗାର ବଢି ଚାଲିଥିବା ବେଳେ ମାଳ ମାଳ ଯୋଜନା କରି ବିପୁଳ ପରିମାଣ ଟଙ୍କା ଖର୍ଚ୍ଚ କରି କ୍ଷମତା ଲକ୍ଷ୍ୟ ଯାହା ସବୁ ଘଟି ଚାଲିଛି ଆମେ କେବଳ ଦେଖି ନୀରବ ହିଁ ରହିବା କାରଣ ଆମ ପାଇଁ ସ୍ବାଭିମାନ ସ୍ବର ବିପନ୍ନ ଏହି କଥା ସ୍ବୀକାର କରିବା କୁ ହିଁ ପଡିବ।

ନିବାରିଣୀ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର
ଲୋଚାପଡା
ବ୍ରହ୍ମପୁର ୮୮୪୭୮୦୯୫୩୪

ad-week
Leave A Reply

Your email address will not be published.