ବିନା ପ୍ରତିଦ୍ବନ୍ଦ୍ବିତାରେ ସମିତି ଉପାଧ୍ୟକ୍ଷା ହାତେଇ ନେଲା ବିଜେଡି

add-all

ଟିକାବାଲି (୨୩/୦୩) : ଗତ ୧୨ ତାରିଖ ଟିକାବାଲି ପଞ୍ଚାୟତ ସମିତି ପାଇଁ ଅଧକ୍ଷ ପଦ ପାଇଁ ନିର୍ବାଚନ ଶେଷ ହୋଇ ଯାଇ ଥିବାବେଳେ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ରମେ ଆଜି ଉପାଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ସମାପନ ହୋଇଯାଇଛି | ପୂର୍ବାହ୍ନ 10 ଟା 30 ମିନିଟ ସମୟରେ ବିଜେଡି ଦଳ ସମର୍ଥିତ ପ୍ରାର୍ଥୀନୀ ଗଦଗୁଡା ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ଶ୍ରୀମତୀ ପ୍ରସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ | କିନ୍ତୁ ତାଙ୍କ ସହିତ କୋୖଣସି ଦଳର ସମର୍ଥିତ ପ୍ରାର୍ଥୀ କିମ୍ବା ପ୍ରାଥୀନି ନାମାଙ୍କନ ପତ୍ର ଦାଖଲ କରିନଥିଲେ | ତେଣୁ ନିର୍ବାଚନ ଅଧିକାରୀଙ୍କ ଗାଇଡ଼ଲାଇନ ଅନୁସାରେ 11 ଘଣ୍ଟିକା ସମୟରେ ଯାଞ୍ଚ ହେବାପରେ ଅପରାହ୍ନ 1ଘଣ୍ଟିକା 30 ମିନିଟ ସମୟରେ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ରେ ଥିବା ଜି. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ କୁମାର ତ୍ରିପାଠୀ ଶ୍ରୀମତୀ ପ୍ରସ୍ମିତା ପ୍ରଧାନ ଙ୍କୁ ଟିକାବାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବରେ ଘୋଷଣା କରିଥିଲେ |ଏହି ଯୋଜନ ରେ ଟିକାବାଲି ପଞ୍ଚାୟତ ସମିତି ର ଅଧକ୍ଷ ପଦ ବିଜେଡି ହାତକୁ ଯାଇଥିବା ବେଳେ ଉପାଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତକୁ ଯାଇଥିବା ରୁ ଟିକାବାଲି ବିଜେଡି କର୍ମୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି |

ad-week
Leave A Reply

Your email address will not be published.