ସମାଜସେବୀ ରାଜେନ୍ଦ୍ରଙ୍କ ଭୋଟ ପ୍ରଚାର

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସବୁ ଦଳର କାଉନ୍‌ସିଲର ପ୍ରାର୍ଥୀମାନେ ନିଜନିଜ ସମର୍ଥକମାନଙ୍କ ସହ ବିଭିନ୍ନ ୱାର୍ଡ଼ରେ ପ୍ରଚାର ଚଳାଇଛନ୍ତି । ଏଥିରୁ ବାଦ ପଡ଼ି ନାହାନ୍ତି ୮ ନଂ ୱାଡ଼ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀ। ଲଗାତାର ପ୍ରତ୍ୟେକ ସନ୍ଧ୍ୟାରେ ଫୁଲବାଣୀ ପୌରପାଳିକାର ୮ ନମ୍ବର ୱାର୍ଡ଼ର ବିଜେଡି କାଉନ୍ସିଲର ପ୍ରାର୍ଥୀ ରାଜେନ୍ଦ୍ର ପାଢୀ (ରାଜୁ ଭାଇ) ଏବଂ ତାଙ୍କ ସମର୍ଥକମାନେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରିଛନ୍ତି । ବିଶେଷକରି ସେ କୌଣସି ଧନବଳ କିମ୍ବା ବାହୁବଳରେ ଭୋଟ ହାତେଇବାକୁ ଚାଂହୁ ନାହାନ୍ତି ସେ ତାଙ୍କର ସମାଜସେବା ଓ ଲୋକଙ୍କ ସୁବିଧା ଅସୁବିଧାରେ ଠିଆହୋଇ ତାଙ୍କର ସ୍ନେହ ଶ୍ରଦ୍ଧାରେ ପ୍ରିୟ ଭାଜନ ହୋଇ ଏବଂ ୮ନଂ ୱାର୍ଡର ସମସ୍ତ ମୌଳିକ ସୁବିଧାକୁ ନିଜର ବ୍ରତ ରୂପେ ଗ୍ରହଣ କରିବା ପାଇଁ ବିଜେପି କାଉନ୍ସିଲର ପ୍ରାର୍ଥୀ ଭାବରେ ନିଜ ୱାର୍ଡ଼ରେ ଠିଆହୋଇ ଛନ୍ତି। ଶ୍ରୀ ପାଢ଼ୀ କୌଣସି ଠିକାଦାର ନୁହଁନ୍ତି ଯେ ସେ କାମ ପାଇବାପାଇଁ ଲଢ଼େଇ କରୁଛନ୍ତି। ପେସାରେ ଜଣେ ସମାଜସେବୀ ହିସାବରେ ସମଗ୍ର ଜିଲ୍ଲାରେ ପରିଚିତ ଥିବାବେଳେ। ସମୟ ଅସମୟରେ ଯାଆନ୍ତି ଓ ସହାୟତାର ହାତ ବଢ଼ାଇଥାନ୍ତି।

ଜଣେ ସ୍ବେଚ୍ଛାସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିବାକୁ ରାଜେନ୍ଦ୍ର ସମସ୍ତ ଭୋଟରମାନଙ୍କୁ ନିବେଦନ କରିଛନ୍ତି । ୮ ନମ୍ବର ୱାର୍ଡର ବିକାଶ ପାଇଁ ଏବଂ ୱାର୍ଡ ବାସୀଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଥିବା କାର୍ଯ୍ୟକୁ ସରକାରଙ୍କୁ ଅବଗତ କରାଇ ତାଙ୍କୁ ତାଙ୍କର ଅଧିକାର ଦେବା ପାଇଁ ନିର୍ବାଚନରେ ଠିଆ ହୋଇଛନ୍ତି ବୋଲି କହୁଛନ୍ତି। ଏଣୁ ତାଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରାଇବାକୁ ସେ ଭୋଟରମାନଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.