12 ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ

add-all

ବ୍ରହ୍ମପୁର : ଆଜି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁର ସହରରେ ଧର୍ମଘଟ ପାଳନ କରାଯାଇଛି।ଆଜି ସକାଳେ ରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରାଯାଇ ରେଳ ରୋକ କରିବା ପାଇଁ ଉଦ୍ୟମ କରାଯାଇଥିଲା।ଷ୍ଟେସନ ଭିତରେ ପଶିବା ପାଇଁ ବାରଣ କରିବା ଯୋଗୁଁ କର୍ମୀମାନେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ।ତାପରେ ମୂଖ୍ୟ ପୋଷ୍ଟ ଅଫିସ ,ଷ୍ଟେଟବ୍ୟାଙ୍କ, bemc, ବଡବଜାର, TPSODL, ଇତ୍ୟାଦି ଅଫିସ ପିକେଟିଂ କରି ବନ୍ଦ କରିଥିଲେ।
ଆଜିର ଏହି କାର୍ଯକ୍ରମରେ INTUC ର ପୀତବାସ ପଣ୍ଡା ଓ ଭୋକାଲି ସେଠି, AITUC ର ପ୍ରକାଶ ପାତ୍ର, ପ୍ରଦୀପ ସେଠି, CITU ର ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, AICCTU ର ସୋମନାଥ ବେହେରା, ପାଞ୍ଚାନନ ଜେନା ,ନୃସିଂହ ବ୍ରହ୍ମା, କିଶୋର ମିଶ୍ର, ଗୋପାଳ ମହାନ୍ତି ,ଗୋପାଳ ପାଣିଗ୍ରାହୀ, କାମଦେବ ନାହାକ, ବିଦ୍ୟାଧର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.