ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟ : କଞ୍ଚୁରୁ ଦଳକୁ ହରାଇ ରାଳବ ଚମ୍ପିୟାନ

add-all


ହିଞ୍ଜିଳିକାଟୁ(୨୯/୩) : ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଗ୍ରାମ ପଞ୍ଚାୟତରେ ୨୬ ତାରିଖରୁ କଞ୍ଚୁରୁ ଜୁନିୟର ଯୁବକ ସଂଘ ଦ୍ବାରା ଆୟୋଜିତ ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉଦଯାପନି ଦିବସରେ କଞ୍ଚୁରୁ ଓ ରାଳବ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । କଞ୍ଚୁରୁ ଦଳକୁ ୩-୧ରେ ପରାସ୍ତ କରି ରାଳବ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କଞ୍ଚୁରୁ ସରପଞ୍ଚ ମଦନମୋହନ ସେଠି, ସମ୍ମାନିତ ଅତିଥି ଭାବେ ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ, ଶାସନ ଆମ୍ବଗାଁ ସରପଞ୍ଚ ଜନାର୍ଦ୍ଦନ ସେଠି, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି, ହିଞ୍ଜିଳିକାଟୁ ପ୍ରେସ କ୍ଳବ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ଶେଷଦେବ ସାହୁ, ବିଭୁପ୍ରସାଦ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ବେହେରା, ଏନ୍ ଲାଛେୟା, ଆର ରାଧାନାଥ, ସିମାଞ୍ଚଳ ଦାଶ, ପ୍ରଶାନ୍ତ ଗୈାଡ ଓ ସଞ୍ଜୟ ବେହେରା ଉପସ୍ଥିତ ରହି ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

ଆମ୍ପାୟର ଭାବେ କେଦାର ନାୟକ, ସ୍କୋରର ଭାବେ ସମିର ସାହୁ ଥିବା ବେଳେ ଜିତୁ ରଞ୍ଜନ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ । ମେନ୍ ଅଫ୍ ଦି ମ୍ୟାଚ ଭାବେ ରାଳବ ଦଳର ରାଜା, ଶ୍ରେଷ୍ଠ ହିଟର୍ସ ଭାବେ କଞ୍ଚୁରୁ ଦଳର ଦିପକ ସେଠି ଓ ମ୍ୟାନ ଅଫ୍ ଦି ସିରିଜ ଭାବେ କଞ୍ଚୁରୁ ଦଳର ଗୁଗୁଲ ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା । ଶିବଶଙ୍କର ନାୟକ, ହେମନ୍ତ ସେଠି, ରବିନ୍ଦ୍ର ସେଠି, ଅଶୋକ ସେଠି, ଟୁନା ଦାସ, ଅରୁଣ ନାୟକ ଓ ଆୟୋଜକ ଜୁନିୟର ଯୁବକ ସଂଘର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.