ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଗଛ ନଷ୍ଟ

add-all

ବନ ବିଭାଗର ନିଆଁ ନିୟନ୍ତ୍ରଣରେ ଫେଲ୍ : ଶ୍ୱାସ ଏବଂ ଆଖି ରୋଗୀ ବିଷାକ୍ତ ଧୂଆଁରେ ନୟାନ୍ତ

ରାଉରକେଲା (୨୯/୦୩) : ଗତ କିଛି ହେବ ବଣାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ଜଙ୍ଗଲ ମାନଙ୍କରେ ନିଆଁ ଲଗା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଟିକାଏତପାଲି ସେକ୍ସନ୍ ର ତେଣ୍ଡରା, ପଥରପୁଞ୍ଜି, କଷଡା ଆଦି ଜଙ୍ଗଲରେ ନିଆଁ ଲାଗି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗୋଟେ ପଟେ ଗ୍ରୀଷ୍ମ ପ୍ରବାହ ଏବଂ ଅନ୍ୟପଟେ ଜଙ୍ଗଲ ପୋଡିର ଉତ୍ତପ୍ତ ଧୂଆଁ ବାୟୁମଣ୍ଡଳକୁ ଘେରି ଯାଇଥିବା ବେଳେ ବାୟୁର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଚଳିତ ବର୍ଷରେ ଚାର, ମହୁଲ, ଟୁଲ, କେନ୍ଦୁ, ବିଭିନ୍ନ ଗଛରେ ଫଳ ଭଲ ହୋଇଥିବା ଜଣାପଡିଛି । ଯାହାଫଳରେ ଲୋକେ ମହୁଲ ଗୋଟାଇବା ଏବଂ କେନ୍ଦୁପତ୍ର କଅଁଳ ହେବାକୁ ଜଗଂଲରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପକ୍ଷରୁ ନିଆଁକୁ ନିୟନ୍ତ୍ରଣ ପାଇଁ ସଚେତନତା କରାଯାଇଥାଏ।ତେବେ ବନ ବିଭାଗ ସେମିତି କିଛି ପଦକ୍ଷେପ ଗ୍ରହଣ କରିନଥିବାରୁ ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଅନ୍ୟ ପଟେ ବିଭିନ୍ନ ଗ୍ରାମରେ ଗଠନ ହୋଇଥିବା ବନ ସୁରକ୍ଷା ସମିତି ସହିତ ବନ ବିଭାଗର ସୁସଂପର୍କ ନଥିବା ଜଣାପଡିଛି ।ତେବେ ପ୍ରତ୍ୟେକ ଜଙ୍ଗଲ ନିଆଁ ଲଗାଇବା ଫଳରେ ବଣାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ପରିବେଶରେ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଲୋକମାନେ ଆଖି ଜଳୁଛି ଏବଂ ଶ୍ୱାସ ଏବଂ ଆଖି ରୋଗୀ ମାନେ ରୋଗରେ ଆକ୍ରାନ୍ତ ହେବା ସହ ବହୁ କଷ୍ଟ ପାଉଥିବା ବେଳେ ସାଧାରଣ ଲୋକଙ୍କ ଆଖି ବିଷାକ୍ତ ଧୂଆଁ ଲାଗି ପୋଡାଜଳା ହେବା ସହିତ ଆଖି ଲାଲ ହୋଇ ଯାଉଥିବା ଦେଖିବାକୁ ମିଳୁଛି ।ତେଣୁ ପ୍ରଶାସନ ପକ୍ଷରୁ ଦୂଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.