ଚିକିଟି : ସରକାର ତମାଖୁ ଓ ନିକଟିନ ଜାତୀୟ ନିଶା ସାମଗ୍ରୀ ଉପରେ କଟକଣା ଲଗାଇବା ସହ ପ୍ରତିମାସ ମଇ ମାସ ୩୧ତାରିଖ କୁ ଭାରତ ବର୍ଷରେ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟା ବହତା କୁ ନେଇ ସଚେତନତା ସୃଷ୍ଟି ଉଧେସ୍ୟ ରେ ବିଭିନ୍ନ ସଂସ୍ଥା ଓ ସଙ୍ଗଠନ ମାଧ୍ୟମରେ ସଚେତନତା କରୁଛନ୍ତି।୨୦୧୩ ମସିହାରୁ ଏହି ଆଇନ ପ୍ରଣୟନ ହୋଇ ଦୀର୍ଘ ୯ ବର୍ଷ ଏଭଳି ନିଶା ସାମଗ୍ରୀକୁ ନିସିଧ ଘୋଷଣା କରାଯାଇଥିଲେ ମଧ୍ୟ ଚିକିଟି,ପାତ୍ରପୁର ସମେତ ସାରା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏଭଳି ନିଶାଦ୍ରବ୍ୟ ସାରା ଜିଲ୍ଲାରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି।ଏହି ପରି ପେକ୍ଷିରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ବୀରସିହ ଲକ୍ଷ୍ମୀ ନାରାୟଣ ପୁର ସ୍ଥିତ ଜୟ ହରଚଣ୍ଡି ଉଚ୍ଚ ବିଦ୍ୟାଳୟ ରେ ତମାଖୁ ସେବନ ର ଭୟା ବହତା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜ୍ୟୋତିନ୍ଦ୍ର କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତମାଖୁ ସେବନର ଅପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବାସହ ଏଭଳି ନିକଟିନ ଯୁକ୍ତ ନିଶା ଠାରୁ ଦୁରେଇ ରହିବା ପାଇଁ ସଚେତନ କରାଇଥିଲେ। ପ୍ରଥମେ ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ତମାଖୁ ସେବନର ଅପକାରିତା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇ ଥିଲେ।ପରେ ବିଦ୍ୟାଳୟ ରେ ଏକ ବୈଠକ ହେବାସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତମାଖୁ ସମ୍ପର୍କିତ ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଙ୍କ ସମେତ ଅବନୀ କୁମାର ପାଢ଼ୀ, ସୀମାଞ୍ଚଳ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ,ଜାଗିଲି ପ୍ରଧାନ, ଭଗବାନ ପ୍ରଧାନ ଓ କର୍ମଚାରୀ ସୁଦାମ ପ୍ରଧାନ, ପ୍ରକାଶ ପଣ୍ଡା, ପଦ୍ମ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ସେହିଭଳି ଚିକିଟି ସ୍ଥିତ ଚିକିଟି ପେଣ୍ଠ ନୋଡାଲ ହାଇସ୍କୁଲ ଠାରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍କୂଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
