୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର୍ ମୃତ

youtube

ଲମତାପୁଟ : ୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ଡ୍ରାଇଭର୍ ମୃତ। ବାଲି ଆଣିବାକୁ ଯିବା ସମୟରେ କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସିପଡ଼ିଛି।

ଘଟଣା ଅନୁଯାୟୀ, ଲମତାପୁଟ ବ୍ଲକ କମେଲ୍ ଗ୍ରାମର ଯୁବକ କୃଷ୍ଣ ସିଶା ଶନିବାର ସକାଳେ ବାଲି ଆଣିବା ପାଇଁ ନିଜ ଟ୍ରାକ୍ଟରରେ କୋଟା ଛକ ମହୁଲି ଯାଇଥିଲେ।

ଏହା ପରଠାରୁ କୃଷ୍ଣଙ୍କର କୌଣସି ଖୋଜ ଖବର ମିଳିନଥିଲା। ଘର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ନଥିଲେ। ହେଲେ ରାତିରେ କୃଷ୍ଣ ଘରକୁ ନଫେରିବାରୁ ଘର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖବର ମିଳି ନଥିଲା। ଆଜି ସକାଳେ କୃଷ୍ଣଙ୍କର ଦୁର୍ଘଟଣା ଘଟିଥିବା ପରିବାର ଲୋକେ କୌଣସି ସୂତ୍ରରୁ ଖବର ପାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ତିନି ଖଣ୍ଡ ହୋଇ ଯାଇଛି । ଘଟଣାସ୍ଥଳରେ ବୈପାରିଗୁଡା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.