ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ବ୍ରହ୍ମପୁର (୦୩/୦୪) : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଭଗବତ ଚାରିଟେବୁଲ ଟ୍ରଷ୍ଟ” ଓ “ମାସ୍କୋ” ବ୍ରହ୍ମପୁରର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ନିକଟସ୍ଥ ଝିମିରା ସାହିଠାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟିରେ “ଭଗବତ ଚାରିଟେବୁଲ ଟ୍ରଷ୍ଟ”ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ସଭାପତିତ୍ବ କରିଥିଲେ। ଉଦ୍ଘାଟକ ରୂପେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ସ୍ଥାନୀୟ କର୍ପୋରେଟର ଧିରେଶ୍ ସାବତ ଯୋଗଦେଇ “ଭଗବତ ଚାରିଟେବୁଲ ଟ୍ରଷ୍ଟ” ଏବଂ “ମାସ୍କେ଼ା” ଦ୍ଵାରା ହାତକୁ ନିଆଯାଇଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମଟିକୁ ଭୂୟସୀ ପ୍ରଶଂସା କରିଥିଲେ।ମୁଖ୍ୟଅତିଥି ରୂପେ “ମାସ୍କୋ”ର ସମ୍ପାଦକ ତଥା ବରିଷ୍ଠ ଡାକ୍ତର ରାମକୃଷ୍ଣ ସାହୁ ଉପସ୍ଥିତ ରହି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଓ ପ୍ରତିକାର ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ଡାକ୍ତର ନକୁଳ ସାହୁ,ବିଶିଷ୍ଟବକ୍ତା ଭାବେ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା,ସମ୍ମାନିତ ବକ୍ତାଭାବେ ଡାକ୍ତର ଗାନ୍ଧୀ ଚୌଧୁରୀ,ଡାକ୍ତର ଗୋପାଳକୃଷ୍ଣ ପାଣିଗ୍ରାହୀ,ଡାକ୍ତର ବିଜୟ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ବିଭିନ୍ନ ରୋଗର ପ୍ରତିକାର ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ।ରୋନାଲୀ ପାଣିଗ୍ରାହୀ,ଗୁପ୍ତେଶ୍ୱର ଷଡ଼ଙ୍ଗୀ,ସବିତା ସାହୁକାର,ପ୍ରଫେସର୍ ଡମ୍ବରୁଧର ସାହୁ,ସୁଭାଷିନୀ ପଟ୍ଟନାୟକ, ଅନୁସୁ୍ୟା ଜେନା,ସୁନିଲ କୁମାର ସାବତ,ଝିଲି କୁମାରୀ ସାହୁ,ଦୟାନନ୍ଦ ସାହୁ,ପି ବୁଦ୍ଧଦେବ ପାତ୍ର, ରାଜେଶ ବାଡ଼ତ୍ୟା ପ୍ରମୁଖ କାର୍ଯକ୍ରମ ଟିକୁ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବାସୁଦେବ ସାହୁକାର,ଗଗନ ଚନ୍ଦ୍ର ମଲ୍ଲିକ,ଅବନୀ ଗୟା,ରାଜେନ୍ଦ୍ର କୁମାର ସାହୁ,ପପୁନ୍ କୁମାର ମହାରଣା,ଦୁର୍ଗା ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ।ଏହାପରେ ଅନୁଷ୍ଠାନ ତରଫରୁ ମାଗଣାରେ ପ୍ରାୟ ଏକଶହ ଲୋକଙ୍କର ରକ୍ତଶର୍କରା ଓ ରକ୍ତଚାପ ପରୀକ୍ଷା କରାଯାଇଥିଲା।

ad-week
Leave A Reply

Your email address will not be published.