ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ…

add-all

ଫୁଲବାଣୀ:- ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଲୋକଙ୍କୁ ଘଉଡାଇବାକୁ ପୋଲିସର ମୃଦୁ ଲାଠିଚାଳନା।ଘଟଣା ଘଟିଛି ଗୋଚ୍ଛାପଡା ଥାନା ଅଞ୍ଚଳରେ ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର। ଗ୍ରାମବାସୀ ଙ୍କ ଅଭିଯୋଗ ଯେଉଁ ଲୋକକୁ ପୋଲିସ ସବୁ ସମୟରେ ଗଞ୍ଜେଇ ଧରୁଛି ଅନ୍ୟ ସ୍ଥାନରୁ କାହାକୁ ନ ପାଇ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ ହରକତ କରିବା ସହ ମିଛ ଗଞ୍ଜେଇ ମାମଲାରେ ମାଡ ମାରିବା ସହ ଜୋର ଜବରଦସ୍ତ ଜେଲ ପଠାଉଛି। ଯାହାକୁ ନେଇ ଅଂଚଳରେ ଜନ ଅସନ୍ତୋଷ ଦେଖାଦେଇଛି । କୁମୁଦକୁ ମଧ୍ୟ ମିଛ ମାମଲାରେ ଗିରଫ କରାଯାଇ ମାଡ଼ ମରା ଯାଇଥିଲା ଫଳରେ କୁମୁଦର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗ୍ରାମବାସୀ ଥାନା ଘେରାଉ କରିଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗୋଛାପଡ଼ା ଥାନାରେ ରହି ସଦର ଏସ ଡି ପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଡି ଏସ ପି କେ ପି ପଟ୍ଟନାୟକ ଙ୍କ ସହ ଆଲୋଚନା କରୁଛନ୍ତି । ପୁଲିସର ମାତ୍ରାଧୂକ କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ଗୋଛାପଡ଼ା ଥାନା ଅଧିକାରୀଙ୍କ ନିଲମ୍ବନ ଓ ମୃତକଙ୍କ ପରିବାର ଲୋକଙ୍କୁ କୋଡିଏ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାପାଇଁ ଦାବୀ କରୁଛନ୍ତି ।ସମ୍ପୃକ୍ତ ଅଂଚଳରେ ଉତେଜନା ଲାଗିରହିଛି।

ad-week
Leave A Reply

Your email address will not be published.