ଖୋର୍ଦ୍ଧାରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ

add-all

ଖୋର୍ଦ୍ଧା: ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ଖୋର୍ଦ୍ଧା ଅବକାରୀ ବିଭାଗ। ଗୋଡିପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୁଇ ଗୋଟି କାରକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଉକ୍ତ ଦୁଇ କାରରୁ ସମୁଦାୟ ୧୮୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।

ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ କାର ଦ୍ବୟ ଗଜପତିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଅବକାରୀ ବିଭାଗ ସୂଚନା ଦେଇଛି।

ପୁର୍ବରୁ ଉକ୍ତ ଖବର ପାଇ ଗୋଡିପଡ଼ା ଟୋଲଗେଟ ନିକଟରେ ସାଧା ପୋଷାକରେ ଅବକାରୀ ବିଭାଗ ଜଗି ରହିଥିଲା। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଖୋର୍ଦ୍ଧା ଅବକାରୀ ଥାନା ଅଧିକାରୀ ମନୋଜ ବାରିକ ଆଦି ସାମିଲ ଥିଲେ।

ad-week
Leave A Reply

Your email address will not be published.