ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍: ବାପା, ଦୁଇ ଝିଅ ଓ ନାତି ମୃତ

add-all

ଭଞ୍ଜନଗର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ମୁନିଗାଡ଼ି ଗାଁ ଜୟରାମ ନାୟକ ନିଜର ୨ଝିଅ ଓ ନାତି ସହ ବାଇକରେ ଗାଙ୍ଗପୁର ଆସି ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା।

ଭଞ୍ଜନଗର ଆଡ଼କୁ ଯାଉଥିବା ଭ୍ୟାନ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜୟରାମ ନାୟକ ଓ କିଛି ସମୟ ମଧ୍ୟରେ ୨ଝିଅଙ୍କ ମୃତ୍ୟୁ ହୋଇଥିଲା। ଆହତ ନାତିକୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବବିରେ ସ୍ଥାନୀୟ ଲୋକେ ଇନ୍ଧନପୁର ଗାଁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ଓ ବେଲଗୁଣ୍ଠା ତହସିଲଦାର ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।

ad-week
Leave A Reply

Your email address will not be published.